ମୃତ ମିଟର ରିଡର ଙ୍କ ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର TPSODL ପକ୍ଷରୁ ଏକ ବୈଠକ ଭଞ୍ଜନଗର ନିଅନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ବିଭାଗୀୟ ମୁଖ୍ୟ ଅଧିକାରୀ ଶ୍ରୀ ତପନ କୁମାର ଦେ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା| ଏହି ବୈଠକ ରେ TPSODL ଭଞ୍ଜନଗର ର ସମସ୍ତ ପଦାଧିକାରୀ ଏବଂ ସମସ୍ତ ମିଟର ରିଡର ଏବଂ ଇନଭେନଟିବ୍ କମ୍ପାନୀ ର କର୍ମକର୍ତା ଉପସ୍ଥିତ ରହିଥିଲେ |ବୈଠକ ର ମୁଖ୍ୟ ଉଦେଶ୍ୟ ରହିଥିଲା ଗତ ଅଗଷ୍ଟ ୭ ତାରିଖ ରେ ଭଞ୍ଜନଗର ବ୍ଲକ ବ୍ରାହ୍ମଣ ପଦର ପଞ୍ଚାୟତ କୁପାଟି ଗ୍ରାମ ରେ ହତ୍ୟା କରାଯାଇଥିବା ମିଟର ରିଡର ଲଷ୍ମୀ ନାରାୟଣ ତ୍ରିପାଠୀ ଙ୍କ ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା |ସାଉଥ କୋ ମିଟର ରିଡର ଶ୍ରମିକ ସଂଘ ର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ବିଭିର୍ନ ଧର୍ମଘଟ ପରେ TPSODL ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଆଜି ପାଳନ କରିଛନ୍ତି |ଏକ ଚେ୍କ ମାଧ୍ୟମ ରେ ପନ୍ଦର ଲକ୍ଷ (୧୫୦୦୦୦୦) ଟଙ୍କା ତାଙ୍କ ପରିବାର କୁ ପ୍ରଦାନ କରାଯାଇଛି |ଏଥିସହ ଆଗାମୀ ଦିନରେ ସ୍ବର୍ଗତ ତ୍ରିପାଠୀ ଙ୍କ ପୁଅକୁ ଏକ ଚାକିରୀ ଦେବା ସହ ପତ୍ନୀ ଙ୍କୁ ଆଜୀବନ ପେନସନ ର ମଧ୍ୟ ସୁବିଧା ପାଇପାରିବେ |


