ମୃତ ଶିଶୁର ଆଖି ତାଡିନେଲେ

ଅନୁଗୁଳ (ଯୁଗାବ୍ଦ ନ୍ୟୁଜ) ଶେଷରେ ମୃତ ଶବକୁ ଛାଡିଲେ ନାହିଁ ଆଖି ଲୁଟେରା । ଏଭଳି ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛ ଅନୁଗୁଳ ଡାକ୍ତରଖାନାରେ । ସୁଚନାନୁସାରେ , ଗତକାଲି ରାତିରେ ବଅଁରପାଳ ବ୍ଲକ ନୂଆହତା ଗାଁର ଚାରିବର୍ଷର ଝିଅ ଏହି ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଥିଲେ । ତେବେ ରାତିରେ ତାଙ୍କର ମତ୍ୟୁ ହୋଇଥିଲା । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଶବଘରେ ରଖାଯାଇଥିଲା । ଆଜି ସକାଳେ ଶବକୁ ଆଣିବା ସମୟରେ ଦେଖିବାକୁ ମିଳିଥିଲା ମୃତଦେହରେ ଆଖି ନାହିଁ ଏହା ସହିତ ମୃତ ଦେହର ନାକରେ ବି କ୍ଷତ ଚିହ୍ନ ରହିଛି । ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଏଘଟଣାକୁ ନେଇ ପରିବାରଲୋକେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ