ମୃତ ଶ୍ରୀକାନ୍ତଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଜିଲ୍ଳ୍ାପାଳ
ଯାଜପୁର : ଦଶରଥପୁର ବ୍ଳ୍କ ଚିତାଳୋ ପଞ୍ଚାୟତ କୁରୁଡି ଗ୍ରାମର ଶ୍ରୀକାନ୍ତ ରାଉତଙ୍କର ଏକ ବିଦ୍ୟୁତ୍ ଦୁର୍ଘଟଣାରେ କଲିକତା ଠାରେ ରବିବାର ମୃତ୍ୟୁ ହୋଇଯାଇଥିଲା । ସ୍ୱର୍ଗତ ରାଉତ ଜଣେ ବସ୍ ଡ୍ରାଇଭର । ସିଂହପୁର, କଳିକତା ସାହୁ ଟ୍ରାନ୍ସପୋର୍ଟ ବସ୍ର ଡ୍ରାଇଭର ଥିବା ସ୍ୱର୍ଗତ ରାଉତ କଲିକତାରେ ଅଗଷ୍ଟ ୧୮ ତାରିଖ ରବିବାର ଦିନ ପହଞ୍ଚିବା ପରେ ଯାତ୍ରୀଙ୍କୁ ଓହ୍ଳ୍ାଇ ସାରି ଗାଡି ସଜାଡିବାକୁ ଯିବା ବେଳେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ତାଙ୍କର ୪ ଗୋଟି କନ୍ୟା ଓ ବିଧବା ପତ୍ନୀଙ୍କୁ କୁରୁଡି ସ୍ଥିତ ତାଙ୍କ ଘରେ ବୁଧବାର ପର୍ବାହ୍ନରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଭେଟିବା ସହ ସାନ୍ତ୍ୱନା ପ୍ରଦାନ କରିଥିଲେ । ଜିଲ୍ଳ୍ାପାଳ ଶ୍ରୀ ଦାସ ସ୍ୱର୍ଗତ ରାଉତଙ୍କ ଘରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ତତ୍କ୍ଷଣାତ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ପୂର୍ବରୁ ଦାହ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପରିବାରକୁ ସହାୟତା ଦିଆଯାଇଥିଲା । ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଙ୍କାର ସହାୟତା, ତାଙ୍କ ପତ୍ନୀଙ୍କୁ ବିଧବା ଭତ୍ତା , ଝିଅ ମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ସ୍ୱାବଲମ୍ୱୀ କରିବାକୁ ଜିଲ୍ଳ୍ାପାଳ ବ୍ୟବସ୍ଥା କରିଚ୍ଥନ୍ତି । ସେହିପରି ମୋ କୁଡିଆ ଯୋଜନାରେ ତାଙ୍କୁ ସାମିଲ କରି ଯଥାଶିଘ୍ର ପକ୍କା ଘର ଯୋଗାଇ ଦେବାକୁ ଦଶରଥପୁର ବି.ଡି.ଓ. ଙ୍କୁ ଜିଲ୍ଳ୍ାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଅପର ପକ୍ଷରେ ଜିଲ୍ଳ୍ା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସ୍କୁଲ ଯାଉଥିବା ତାଙ୍କ ଝିଅଙ୍କ ପାଇଁ ମାସିକ ଦୁଇ ହଜାର ଟଙ୍କା ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ଅନ୍ତର୍ଗତ ପୃଷ୍ଠପୋଷକତା ବ୍ୟବସ୍ଥା ଅନୁସାରେ ପ୍ରଦାନ ପାଇଁ ଜିଲ୍ଳ୍ାପାଳ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ବିଭିନ୍ନ ଗଣମାଧ୍ୟମରେ ଅସୁସ୍ଥ ଝିଅ ପାଇଁ ଶ୍ରୀକାନ୍ତ କଲିକତାରୁ ପେଂରିଲେ ପଂଳ ଆଣି ଆସିବେ ବୋଲି ଖବର ପଢିଥିବାରୁ ଜିଲ୍ଳ୍ାପାଳ ଶ୍ରୀକାନ୍ତଙ୍କ ଘରକୁ ପଂଳ ମଧ୍ୟ ନେଇ ଯାଇଥିଲେ । 


