ବନରୁ ମିଳିବ ପାନୀୟ ଜଳ

ଚେକ୍ ଗଣରାଜ୍ୟର ପ୍ରାଗ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ୱୟଂଚାଳିତ ସୋଲାର ସିଷ୍ଟମ୍ ଦ୍ୱାରା ପବନରୁ ପାଣି ସଂଗ୍ରହ କରିବାର ଏକ ପଦ୍ଧତି ପାଇଛନ୍ତି । ଏହାକୁ ସୋଲାର ଏୟାର ୱାଟର ଆର୍ଥ ରିସୋର୍ସ( ଏସ୍ଏଡବ୍ଲ୍ୟୁଇଆର ବା ସାୱେର )କୁହାଯାଉଛି । ଏହି ପଦ୍ଧତିରେ ସେମାନେ ଦିନକୁ ୧୦୦ ଲିଟର ପାନୀୟ ଜଳ ସଂଗ୍ରହ କରିପାରୁଛନ୍ତି । ପୃଥିବୀର ଯେକୌଣସି ସ୍ଥାନରେ ଏମିତିକି ମରୁଭୂମିରେ ମଧ୍ୟ ସାୱେର ମାଧ୍ୟମରେ ଏହି ପରିମାଣର ଜଳ ସଂଗ୍ରହ କରାଯାଉଛି । ସାୱେରର ପ୍ରଥମ ମଡେଲ ବା ପ୍ରତିକୃତିକୁ ଗବେଷକମାନେ ଆରବ ଏମିରେଟ୍ସର ଆବୁଧାବିଠାରୁ ୭୦ କିଲୋମିଟର ଦୂର ସ୍ୱିହାନ ସହରରେ ଲଗାଯାଇଛି । ବିଭିନ୍ନ ଋତୁରେ ଏହା କିଭଳି ଜଳ ସଂଗ୍ରହ କରିପାରୁଛି ତାହା ଜାଣିବା ପାଇଁ ଏହାକୁ ୬ ମାସ ଯାଏ ସେଠାରେ ଲଗାଯାଇ ପରୀକ୍ଷା କରାଯିବ । ଲାବରେଟୋରିରେ ମଧ୍ୟ ଏହାର ପରୀକ୍ଷା ଜାରି ରହିବ ବାଲି କୁହାଯାଇଛି । ସାୱେରରେ ଦୁଇଟି କଣ୍ଟେନର ରହିଛି । ଡିସ୍ଟିଲ୍ଡ ୱାଟର ସହ ଏକ ପ୍ରଡକ୍ସନ ୟୁନିଟ ରହିଛି ଓ ଆଉ ଗୋଟିଏ କଣ୍ଟେନର୍ରେ ହିଟ୍ ଆଣ୍ଡ୍ କୋଲ୍ଡ ପ୍ରୋସେସ୍ ଲାଗି ଆକ୍ୟୁମୁଲେଟର ଲଗାଯାଇଛି । ଏଥିରେ ସୋଲାର ଶକ୍ତିକୁ ନିୟନ୍ତ୍ରଣ କରାଯିବାର ପଦ୍ଧତି ମଧ୍ୟ ରହିଛି । ସାୱେର୍ର ମୂଲ୍ୟ ୪ ଲକ୍ଷ ଡଲାର ପାଖାପାଖି ରହିବ ଓ ଏଥିରୁ ଯେଉଁ ପାଣି ମିଳିବ ତାହାର ମୂଲ୍ୟ ପ୍ରଥମ ବର୍ଷ ୧ ଲିଟରକୁ ୧୦ ଡଲାର ରଖାଯିବ । ଏହି ପ୍ରୋଜେକ୍ଟକୁ ଦୁବାଇ ଏକ୍ସପୋରେ ୨୦୨୦ ଅକ୍ଟୋବରରୁ ଏପ୍ରିଲ ୨୦୨୧ ମଧ୍ୟରେ ପ୍ରଦର୍ଶନ କରାଯିବାର ଯୋଜନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ