ମେକ୍ସ ପିକଅପ ଗାଡି ସହ ଶାଗୁଆନ କାଠ ଜବତ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ପୋଲିସ ରାତ୍ର ପେଟ୍ରୋଲିଙ୍ଗ ସମୟ ରେ ବିପୁଳ ପରିମାଣ ର ଶାଗୁଆନ କାଠ ଚୋରା ରେ ଆନ୍ଧ୍ର ଚାଲାଣ କରୁଥିବା ବେଳେ କୀଡୀଗାଁ ଗ୍ରାମ ପାଖରେ ପୋଲିସ ଧରିଛି ଓ କାଠ ସହିତ ମେକ୍ସ ପିକଅପ ଡ୍ରାଇଭର ଓ ଗାଡିକୁ କୁ ବନ ବିଭାଗ କୁ ହସ୍ତାନ୍ତର କରିଛି l ସୂଚନା ଥାଉ କି ଅଧିକାଂଶ ସମୟ ରେ ଓଡିଶା ରୁ ଆନ୍ଧ୍ର କୁ ରାତ୍ର ସମୟ ରେ କାଠ ଚୋରା ଚାଲାଣ ହୋଉଛି l କୌଣସି ସୂତ୍ର ରୁ କାଶୀନଗର ପୋଲିସ ଖବର ପାଇ ଏହି ଚଢ଼ାଉ କରିଥିଲେ l ଗାଡି ନମ୍ବର AP-୩୦X-୭୧୪୧ ଓ ୬୪.୫ ଘନଫୁଟ କାଠ ଜବତ କରିବା ସହ ଏହାର ଆକଳନ ମୂଲ୍ୟ ଏକ ଲକ୍ଷ ରୁ ଉଦ୍ଧ ହେବ ବୋଲି ବନ ବିଭାଗ ସୂଚନା ଦେଇଛି l କାଶୀନଗର ରେ ନୂତନ ଥାନା ଅଧିକାରୀ ଭାବେ ଗୋବିନ୍ଦ ଗୌଡ଼ ଯୋଗ ଦେବା ପରେ କଡା ପେଟ୍ରୋଲିଙ୍ଗ ହୋଉଥିବା ଥାନା ଅଧିକାରୀ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ