ମେଗା ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ମେଗା ରକ୍ତଦାନ ଶିବିର ଆସନ୍ତା ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ନିମନ୍ତେ ଆଜି ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଦୁରୀ ଯୋଗ ଦେଇ ରକ୍ତଦାନ ଏକ ମହତ୍ୱ କାର୍ଯ୍ୟ ବୋଲି କହିବା ସହ ରକ୍ତଦାନରେ ଛତ୍ରପୁର ଅଂଚଳର ବହୁ ଯୁବକ ଯୁବତୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦେବା ନିମନ୍ତେ ସେ ଅନୁରୋଧ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ରୁଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା, ଦିଲ୍ଲୀପ କୁମାର ନାହାକ, ସନ୍ତୋଷ ପାତ୍ର, ପ୍ରମୋଦ ପଢିଆରି, ଗୌରହରି ପଣ୍ଡା, ମତ୍ସ୍ୟଜୀବୀ ନେତା ଏ. କାଳିଆ, ଯଶୋଦା ଫାଉଣ୍ଡେସନ୍ ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।


