ମେଗା ରୋଡ଼ ଶୋ’ରେ ଶକ୍ତି ପ୍ରଦର୍ଶନ କଲେ ପ୍ରତାପ ଓ ବୈଜୟନ୍ତ

ବାଲେଶ୍ୱର,(ୱାଇଏନ୍ଏସ୍): ବାଲେଶ୍ୱର ଉପନିର୍ବାଚନରେ ପ୍ରଚାର ଅବଧି ସରିବାର ଗୋଟିଏ ଦିନ ପୂର୍ବରୁ ପ୍ରଚାର ପାଇଁ ବାଲେଶ୍ୱର ପହଞ୍ଚିଥିଲେ ବିଜେପିର ତାରକା ପ୍ରଚାରକ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ହେଲିକପ୍ଟର ଯୋଗେ ପତ୍ରପଡା ନିକଟରେ ପହଞ୍ଚିବା ପରେ ପ୍ରଥମେ ଜେଲରୋଡ ସ୍ଥିତ ବିଜେପି ସଦର କାର୍ଯ୍ୟାଳୟରେ ସ୍ୱର୍ଗତ ମଙ୍ଗୁଭାଇଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ତାଙ୍କ ସହିତ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ସ୍ୱର୍ଗତ ବିଧାୟକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ମଙ୍ଗୁ ଭାଇଙ୍କ ସ୍ମୁତି ଚାରଣ କରିଥିଲେ l ଏହାପରେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଓ ଶ୍ରୀଯୁକ୍ତ ପଣ୍ଡା ବିଜେପି ପ୍ରାର୍ଥୀ ମାନସ ଦତ୍ତଂକୁ ନେଇ ଏକ ଖୋଲା ଗାଡ଼ିରେ ପ୍ରଚାର ଉଦେଶ୍ୟରେ ରୋଡ଼ ଶୋ’ରେ ବାହାରିଥିଲେ l ତାରକା ପ୍ରଚାରକଙ୍କ ଶୋଭା ଯାତ୍ରା କର୍ମୀ ମାନଙ୍କ ସହିତ ଚିଡ଼ିଆପୋଲରୁ ଆରମ୍ଭ ହୋଇ ରାଣୀ ପାଟଣା , ଝାଡ଼େଶ୍ୱର ମନ୍ଦିର, ନୂଆ ବଜାର , ଆରଡ ବଜାର ହୋଇ ସହଦେଵ ଖୁଣ୍ଟ ପହଞ୍ଚିଥିଲେ l ତାପରେ ଶୋଭାଯାତ୍ରା ଚାନ୍ଦ ମାରି ପଡିଆରେ ପହଞ୍ଚିବା ପରେ ଏହାର ସମାପ୍ତି ଘଟିଥିଲା । ଶୋଭାଯାତ୍ରା ସମୟରେ ମହିଳା ମାନେ ହୁଳ ହୁଲି ଓ ପୁଷ୍ପ ବୃଷ୍ଟି କରି ଶୋଭାଯାତ୍ରାକୁ ସ୍ୱାଗତ କରୁଥିବାର ଦେଖାଯାଇଥିଲା । ରାସ୍ତା ପାର୍ଶ୍ୱରେ ଜନତାଙ୍କ ଭିଡ ଓ ଉତ୍ସୁକତା ପ୍ରମାଣ କରୁଥିଲା ଯେ ଏହି ଉପ ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ l  ଶୋଭାଯାତ୍ରା ଶେଷରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଷଡ଼ଙ୍ଗୀ ଓ ଶ୍ରୀ ପଣ୍ଡା କହିଥିଲେ ଯେ , ଏହି ଉପନିର୍ବାଚନରୁ ଅହଙ୍କାରୀ ବିଜେଡି ଦଳର ପତନ ଆରମ୍ଭ ହେବ l ଶିକ୍ଷା ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା ବାଲେଶ୍ୱର ସାରା ଓଡିଶାକୁ ଏହି ନିର୍ବାଚନରୁ ଏକ ନୂଆ ବାର୍ତା ଦେବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ