ମେଗା ହାର୍ଟ କ୍ଲିନିକ‘ସୋମ ଅଲଟିମେଟ ମେଡିକେୟାର’ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ଉତ୍ତର ଓଡ଼ିଶାର ପ୍ରଥମ ମେଗା ହାର୍ଟ କ୍ଲିନିକ ‘ସୋମ ଅଲଟିମେଟ ମେଡିକେୟାର’ଭାସ୍କରଗଞ୍ଜରେ ରବିବାର ଉଦଘାଟିତ ହୋଇଯାଇଛି ।ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଓ ଗ୍ରିନିଜ ବୁକ ରେକର୍ଡ଼ଧାରୀ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ ଏହି କ୍ଲିନିକକୁ ଉଦଘାଟନ କରିଥିଲେ । ଉତ୍ତର ଓଡ଼ିଶାରେ ହୃଦରୋଗୀଙ୍କ ପାଇଁ ବିଶେଷ ଚିକିତ୍ସା ସୁଯୋଗ ନଥିବା ବେଳେ ଏହି କ୍ଲିନିକ ବେଶ ସହାୟକ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଏହି କ୍ଲିନିକ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତର ମିଲନ କୁମାର ଘଡ଼େଇଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ଓ ସାମାଜିକ ଦାୟିତ୍ୱବୋଧତାକୁ ସେମାନେ ଭୂୟସୀ ପ୍ରଶଂସା କରିଥିଲେ । ଅଧ୍ୟାପକ ଡ. ପଙ୍କଜ କୁମାର ଜେନା ଏଥିରେ ଯୋଗଦେଇ ଏହି କ୍ଲିନିକ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାବାସୀଙ୍କ ପାଇଁ ରକ୍ଷା କବଚ ହେବ ବୋଲି କହିଥିଲେ । ଡାକ୍ତର ଘଡ଼େଇ ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ବାଲେଶ୍ୱରବାସୀଙ୍କ ପାଇଁ ଏଭଳି ଏକ ସୁପର ସ୍ପୋଶାଲିଟି କ୍ଲିନକର ଆବଶ୍ୟକତା ଥିଲା ବୋଲି କହିଥିଲେ । ଏଠାରେ ପ୍ରଥମେ ଓପିଡି ଚିକିତ୍ସା ଜାରି ରଖିବା ସହିତ ପରବର୍ତ୍ତୀ ସମୟରେ କାର୍ଡ଼ିୟର ସେଟ ଅପ ପ୍ରତିଷ୍ଠାର ଯୋଜନା ରହିଛି ବୋଲି ସେ ସୂଚନା ଦେଇଥିଲେ । ପ୍ରଥମ ଦିନରେ ଶତାଧିକ ବ୍ୟକ୍ତି ଅତ୍ୟାଧୁନିକ ଯନ୍ତ୍ରରେ ହାର୍ଟ ପରୀକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ଘେଇଙ୍କ ପିତା ଲକ୍ଷ୍ମୀକାନ୍ତ ଘଡ଼େଇ, ମାତା ଆରତୀ ଘଡ଼େଇ, ସହଧର୍ମିଣୀ ଝରଣା ବେହେରା, ପୁତ୍ର ହୃଷୀକେଶ ଘଡ଼େଇଙ୍କ ସମେତ ମନୋଜ ବାରିକ, ସପନ ଘଡ଼େଇ, ଦିଲ୍ଲୀପ ବେହେରା, ରଞ୍ଜନ ପାତ୍ର, ଜିତେନ୍ଦୁ ଦାସ, ମୀନତି ବେହେରା, ଅପର୍ଣ୍ଣା ଘଡ଼େଇ, ଲୋପାମୂଦ୍ରା ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ