ମେଘାଳୟ ଠାରେ ଗୋପ ର ପ୍ରତାପ ପରିଡ଼ା ସହୀଦ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ଗୋପ ବ୍ଲକ ବଡ଼ତରା ଗ୍ରାମ ର ବିଏସଏଫ ଯବାନ ପ୍ରତାପ ରଞ୍ଜନ ପରିଡ଼ା ( ବଗୁଲି ) ମେଘାଳୟ ଠାରେ ସହୀଦ ହୋଇଥିବା ଜଣାପଡ଼ିବା ପରେ ତାଙ୍କ ଗାଁ ଓ ସମଗ୍ର ଗୋପ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ପ୍ରତାପ ମେଘାଳୟ ର ସରିଓ ଠାରେ ଭାରତୀୟ ସୀମା ସୁରକ୍ଷା ବାହିନୀ ରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ଗୋଟେ ପୋଷ୍ଟ ରୁ ଅନ୍ୟ ଏକ ପୋଷ୍ଟ କୁ ଯାଉଥିବା ସମୟରେ ଏକ ଖାଇ ବା ଖାଲ ରେ ପଡ଼ି ଯାଇଥିଲେ । ଯାହା ଫଳରେ କି ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ପାଖରେ ଫୋନ ନଥିବା ହେତୁ କାହାକୁ ସାହାଯ୍ୟ ମାଗିପାରିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅନୁପସ୍ଥିତି କୁ ନେଇ ଖୋଜଖବର ରୁ ଜଣାପଡିଲା ଯେ ଏକ ଖାଲ ରେ ପଡିଛନ୍ତି । ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇଥିଲା । ସେ ତିନିଭାଇ ।ବଡ଼ ଭାଇ ସିଆରପିଏଫ ରେ କାର୍ଯ୍ୟରତ ଅଛନ୍ତି। ସାନଭାଇ ର ଗତ ଦୁଇବର୍ଷ ତଳେ ଏକ ସଡ଼କ ଦୃଘଟଣା ମୃତ୍ୟୁ ହୋଇଥିଲା । ଘରେ ତାଙ୍କର ବିଧବା ପତ୍ନୀ ଙ୍କ ସହିତ ଗୋଟେ ଝିଅ ଆଉ ଗୋଟେ ପୁଅ ଅଛନ୍ତି ।ଏହି ଖବର ଗତକାଲି ରାତିରେ ଘର ଫୋନ କୁ ଫୋନ କରି ତାଙ୍କ ବିଭାଗୀୟ ଅଧିକାରୀ ଜଣାଇଥିଲେ । ଖବର ଶୁଣି ବଡ଼ ଭାଇ ଛତିଶଗଡ ରୁ ଆସି ଗାଁ ରେ ପହଂଚିଛନ୍ତି । ଏହି ଖବର ଜଣା ପଡ଼ିବାପରେ ସମଗ୍ର ପଞ୍ଚାୟତ ରେ ଏବେ ଶୋକ ର ଛାୟା ଖେଳିଯାଇଛି । ରବିବାର ଦିନ ତାଙ୍କ ମରଶରୀର ଗାଁ କୁ ଆସିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଖବର ମିଳିଛି।