ମେଜର ଉପାଧ୍ୟାୟଙ୍କ ବିବାଦୀୟ ବୟାନ ସ୍ୱାଧୀଙ୍କୁ ବିବସ୍ତ୍ର କରି ପିଟିଥିଲେ ସହିଦ୍ ହେମନ୍ତ କରକରେ

ଭୋପାଳ(ଏଜେନ୍ସି): ଭୋପାଳରୁ ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ସିଂହ ଠାକୁରଙ୍କ ପରେ ଏବେ ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ ସହିଦ୍ ହେମନ୍ତ କରକରେଙ୍କ ବିରୁଦ୍ଧରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ରମେଶ ଉପାଧ୍ୟାୟ କହିଛନ୍ତି, ହେମନ୍ତ କରକରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ପ୍ରାଣ ହରାଇଥିଲେ । ଏହା ତାଙ୍କର ବୀରତ୍ୱ ନୁହେଁ ବରଂ ଅଯୋଗ୍ୟତାର ପ୍ରମାଣ ଦେଉଛି । ତାଙ୍କ କହିବାନୁସାରେ ମୁମ୍ବାଇ ବିସ୍ଫୋରଣରେ ଯେଉଁ ପୁଲିସ କର୍ମ·ରୀମାନେ ପ୍ରାଣ ହରାଇଛନ୍ତି, ସେମାନେ ସହିଦ୍ ନୁହଁନ୍ତି ।
ମାଲେଗାଓଁ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ଅବସରପ୍ରାପ୍ତ ରମେଶ ଉପାଧ୍ୟାୟ ଉତ୍ତରପ୍ରଦେଶର ବାଲିଆ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ମିଳିଛି । ତେବେ ରବିବାର ଏଠାରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମେଜର ରମେଶ ଉପାଧ୍ୟାୟ ସାଧ୍ୱୀ ପ୍ରଜ୍ଞା, ସହିଦ୍ ହେମନ୍ତ କରକରେଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, କରକରେଙ୍କ ସମ୍ପର୍କରେ ସାଧ୍ୱୀ ପ୍ରଜ୍ଞା ଯେଉଁ ବୟାନ୍ ଦେଇଛନ୍ତି ତାହା ଏକଦମ୍ ସତ । ହେମନ୍ତ କରକରେ ମାଲେଗାଓଁ ବିସ୍ଫୋରଣ ଘଟଣାର ତଦନ୍ତ ଆଳରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ବିବସ୍ତ୍ର କରି ପିଟିଥିଲେ । ଶାରୀରିକ ନିର୍ଯାତନା ସହ ସେ ପ୍ରଜ୍ଞାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ । ତେବେ କରକରେ କେବଳ ପ୍ରଜ୍ଞାଙ୍କୁ ନୁହେଁ ବରଂ ବହୁ ଲୋକଙ୍କୁ ନିର୍ଯାତନା ଦେଇଥିଲେ । ମାଲେଗାଓଁ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ୧୨ଜଣଙ୍କ ମଧ୍ୟରୁ ୧୧ଜଣ ଠିକ୍ ଭାବେ ଚାଲି ପାରୁନଥିବା ରମେଶ ଉପାଧ୍ୟାୟ ଦୃଢ଼ତାର ସହ କହିଛନ୍ତି । ଏପରିକୁ ପ୍ରଜ୍ଞା ଠାକୁର ମଧ୍ୟ ଜେଲ୍ରୁ ବାହାରିବା ସମୟରେ ହୁଇଲ୍ ଚେୟାରରେ ଯାତାୟତ କରୁଥିଲେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ