ମେଡିକାଲରୁ କାର୍ଯ୍ୟ ଆରମ୍ଭ କଲେ ଜିଲ୍ଲା ପରିଷଦ ସଭ୍ୟା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ଭବନରେ ରବିବାର ଜିଲ୍ଲାପରିଷଦ ଅଧ୍ଯକ୍ଷା ନିର୍ବାଚନ ପରେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚିଥିଲେ ଖଜୁରୀପଡା ୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ।ମେଡିକାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ସମସ୍ତ ରୋଗୀମାନଙ୍କ ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ଶିଘ୍ର ଆରୋଗ୍ୟ କାମନା କରିଥିଲେ।ସମସ୍ତ ରୋଗୀଙ୍କୁ ଫଳମୂଳ,ବିସ୍କୁଟ,ପାଉଁରୁଟି ଆଦି ବଣ୍ଟନ କରିବା ପରେ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରସୁତି ମାଁ ଏବଂ ନବଜାତ ଶିଶୁ ମାନଙ୍କ କଥା ମଧ୍ଯ ପଚାରି ବୁଝିଥିବା ବେଳେ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲଙ୍କୁ ମେଡିକାଲରେ ପାଖରେ ପାଇ ସମସ୍ତେ ଖୁସି ପ୍ରକାଶ କରିଥିଲେ।ଉର୍ବଶୀ ଦିଗାଲଙ୍କ ସହ ସମାଜସେବୀ ଅନନ୍ତ କୁମାର ଦିଗାଲ,ରାଇକିଶୋର ପ୍ରଧାନ, ସତ୍ୟପ୍ରିୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ