ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ନବବର୍ଷର ବନ୍ଧୁମିଳନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ନଆବର୍ଷର ବନ୍ଧୁମିଳନ ଓ କମିଟିର ପ୍ରାକ୍ତନ ସଭାପତି ସ୍ୱର୍ଗତଃ ଡାକ୍ତର ହରିଶ୍ଚନ୍ଦ୍ର ଜେନାଙ୍କ ୮୬ତମ ଜନ୍ମବାର୍ଷିକ ଉତ୍ସବ ବୁଧବାର ଦିନ ପୂର୍ବାହ୍ନରେ ସ୍ୱର୍ଗତଃ ଜେନାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କମିଟିର ବରିଷ୍ଠ ଉପସଭାପତି ଭଗବାନ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ା ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ ସ୍ୱର୍ଗତଃ ଜେନା ଓ ଅନ୍ୟ ଦିବଂଗତ ସଦସ୍ୟମାନଙ୍କ ସ୍ୱପ୍ନ ସାକାର ହୋଇଥିବାର କହିଥିଲେ । କିନ୍ତୁ ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ବହୁକାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ, ତେଣୁ ଚଳିତ ବର୍ଷ କମିଟିର ସଦସ୍ୟମାନେ ଅଧିକ କ୍ରିୟାଶୀଳ ହୋଇ ବାକିଥିବା କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବାକୁ ପଡ଼ିବ ବୋଲି ଶ୍ରୀ ପରିଡ଼ା ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଫକୀରମୋହନ ମେଡିକାଲ୍ କଲେଜର ପ୍ରାରମ୍ଭରେ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଆସିଥିବା ତଥା ଜଣେ ସୁନାମଧନ୍ୟ ଚିକିତ୍ସକ ଭାବେ ପ୍ରଫେସର ଡା. ପ୍ରତାପ ଚନ୍ଦ୍ର ରଥଙ୍କୁ ପ୍ରଶଂସାପତ୍ର ଓ ଉପାୟନ କମିଟି ତରଫରୁ ପ୍ରାକ୍ତନ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶମ୍ଭୁନାଥ ମହାନ୍ତି, ପ୍ରଭାକର ସାହୁ, ବସନ୍ତଲତା ପଟ୍ଟନାୟକ, ମହେନ୍ଦ୍ର ପ୍ରସାଦ ଧଳ, ନିରଞ୍ଜନ ରାଉତ, ଗୌରାଙ୍ଗ ପାଣିଗ୍ରାହୀ, ଡା. କୁନାନନ୍ଦ ଗିରି, ଅନୀଲ୍ ପଟ୍ଟନାୟକ, ମମତା ମହାପାତ୍ର, ସରସ୍ୱତୀ ପଣ୍ଡା, ଅଭିରାମ ଦାସ, ଦୀନବନ୍ଧୁ ଲେଙ୍କା, ବନମାଳୀ ନାୟକ, ଧୀରେନ୍ଦ୍ର ନାରାୟଣ ଦାସ, ଶ୍ୟାମସୁନ୍ଦର ଜେନା, ଶଶାଙ୍କ ଶେଖର ଦତ୍ତ, ବେଣୁଧର ପାଳ, ଜଳଧର ପଣ୍ଡା, ଇଂ. ହୃଷିକେଶ ସାହୁ, କୁମୁଦ ରଂଜନ ଗିରି, କୃତ୍ତିବାସ ଆଚାର୍ଯ୍ୟ, ରମେଶ ଚନ୍ଦ୍ର ଜେନା, ଯୋଗେଶ ପ୍ରଧାନ, ଅଖିଳ କୁମାର ଦାସ, ଡା. ବିଭୁତିଭୂଷଣ ମହାପାତ୍ର, ଶରତ ଚନ୍ଦ୍ର ଦଳାଇ, ଉପେନ୍ଦ୍ର ପାତ୍ର, ଯତୀନ୍ଦ୍ର ମହାନ୍ତି, ଯଶୋଦା ନନ୍ଦନ ଆଶ୍ ଓ ଡାକ୍ତର ଜେନାଙ୍କ ନାତି ଆଶିଷ ଜେନା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତଃ ଡା. ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ କ୍ରିୟାନୁଷ୍ଠାନ କମିଟିକୁ ଅଧିକ ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ । ଡାକ୍ତର ଜେନାଙ୍କ ପରିବାର ତରଫରୁ ଅନିମା ଜେନା, ଉତ୍ପଳ ଜେନା, ତାରିଣୀ ଜେନା ଓ ନବକୃଷ୍ଣ ପୋଥାଳ, ପୁରୁଷୋତ୍ତମ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପଦ୍ମଲୋଚନ ଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ