ମେଡିକାଲ କର୍ମଚାରୀଙ୍କ ନାମରେ ମିଥ୍ୟା ଅଭିଯୋଗ

କୋଦଳା :(ଗୁଲସନ୍ କୁମାର କର)କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମେଡିକାଲ୍ ଆଟେଣ୍ଡାଣ୍ଟ ଅରୂପ କୁମାର ତ୍ରିପାଠୀଙ୍କ ନାମରେ ଉଦେଶ୍ୟ ମୂଳକ ଭାବେ ମିଥ୍ୟା ଅଭିଯୋଗ ଦର୍ଶାଇ ଉପରିସ୍ଥ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦରଖାସ୍ତ ମାଧ୍ୟମରେ କୋଦଳା ବିକାଶ ମଞ୍ଚ ପକ୍ଷରୁ କରାଯାଇଥିବା ଜଣାପଡିଛି। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୋମବାର ଅଭିଯୋଗର ତଦନ୍ତ କରିବାକୁ ଆସିଥିବା ଅଧିକାରୀ ତଦନ୍ତ କରି ଅଭିଯୋଗର ସତ ନଥିବା କଥା କହିଛନ୍ତି। ଏବଂ ମଞ୍ଚର ବିଭିନ୍ନ କର୍ମକର୍ତ୍ତାମାନଙ୍କ ଜାଲ୍ ଦସ୍ତଖତ କରାଯାଇଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁସାରେ ଗତ କିଛି ବର୍ଷ ହେବ ଶ୍ରୀ ତ୍ରିପାଠୀ ଏଠାରେ କାର୍ଯ୍ୟରତ ଥିବା ବେଳେ ସେ ସଦାସର୍ବଦା ସଠିକ୍ କାମ କରୁଛନ୍ତି ଏବଂ ମେଡ଼ିକାଲରେ ଡାକ୍ତର ଓ ଆବଶ୍ୟକ ମୁତାବକ କର୍ମଚାରୀ ନଥାଇ ମଧ୍ୟ ନିଜ କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରୁଛନ୍ତି। ତେବେ କୌଣସି ବ୍ଯକ୍ତିଗତ କାରଣ ଯୋଗୁଁ ହିଂସ୍ରିକ ଭାବେ ତାଙ୍କ ନାମରେ ଏଭଳି ମିଛ ଆରୋପ ଆଣି ତଳ ସ୍ତରର କର୍ମଚାରୀଙ୍କୁ ଉଦେଶ୍ୟ ମୂଳକ ଭାବେ ହଇରାଣ ହରକତ କରିବା ନେଇ ଏଭଳି ଅଭିଯୋଗ ଦିଆଯାଇଛି ବୋଲି ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅପରପକ୍ଷେ ଅଭିଯୋଗକାରୀଙ୍କୁ ଏନେଇ ପଚାରିବାରୁ ଅଭିଯୋଗ ସମ୍ପର୍କରେ ସେ ମଧ୍ୟ ଖଣ୍ଡନ କରିଛନ୍ତି। ଯାହାଫଳରେ କି ତଦନ୍ତ ଅଧିକାରୀ ଏହା ଏକ ସୁଚିନ୍ତିତ ମିଥ୍ଯା ଆରୋପ ବୋଲି ପ୍ରମାଣ ପାଇଁ ଫେରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବହୁ ଅସୁବିଧା ରହିଥିବା ବେଳେ ଏଭଳି ମିଥ୍ଯା ଆରୋପ ଲଗାଇ କାର୍ଯ୍ୟରତ କର୍ମଚାରୀଙ୍କୁ ହଇରାଣ ହରକତ କରିବା ପଛରେ କି ଅଭିପ୍ରାୟ ରହିଛି? ଏବଂ ସରକାରୀ ଅଧିକାରୀମାନଙ୍କ ଅଯଥା ସମୟ ବରବାଦ କରୁଥିବା ବ୍ଯକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ