ମେଡିକାଲ ପରିଦର୍ଶନ କଲେ କାୟାକଳ୍ପ ଟିମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଜାତୀୟ ସ୍ଵାସ୍ଥ୍ୟ ମିଶନ ପରିଚାଳିତ ଭଦ୍ରକ ଜିଲ୍ଲା କାୟାକଳ୍ପ ଟିମ ଆଜି ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି । ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ସରିତା ମହାପାତ୍ର ଓ  ଗାଁ କଲ୍ୟାଣ ସମିତି ସଂଯୋଜକ ଅଭିଳାଷ ମିଶ୍ର ପ୍ରଥମେ ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପହଂଚି ସ୍ୱାସ୍ଥ୍ୟ ସେବା ବିଷୟରେ ଅନୁଧ୍ୟାନ କରିଥିଲେ । ବିଶେଷକରି ମେଡିକାଲର ପରିଷ୍କାର ପରିଛନ୍ନତା, ରୋଗୀ ପ୍ରତିକ୍ଷାଳୟ, ରେକର୍ଡ ପତ୍ର ଯାଞ୍ଚ, ଔଷଧ ବିତରଣ ସହିତ ମେଡିକାଲ ପରିସର ସୌନ୍ଦର୍ଯ୍ୟକରଣ ଉପରେ ଟିମ ସଦସ୍ୟ ମାନେ ଅନୁଧ୍ୟାନ କରିଥିଲେ । ଏଥିରେ ଡାକ୍ତର ଅରୁଣ କୁମାର ନାୟକ, ସ୍ୱାସ୍ଥ୍ୟ କର୍ମୀ ପ୍ରଭାକର ବେହୁରିଆ, ସ୍ନେହଲତା ଦାସ, ମାନସ କୁମାର ଜେନା, ଜଗବନ୍ଧୁ ମଲ୍ଲିକ, ହାପି ମଲ୍ଲିକ, ଅଞ୍ଜଳା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ କାୟାକଳ୍ପ ଟିମ ସଦସ୍ୟ ମାନେ ବାରିକପୁର ଓ ସରସଦା ମେଡିକାଲ ପରିଦର୍ଶନ କରିଥିବା ଜଣାପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ