ମେଡିକାଲ ପରିଦର୍ଶନ କଲେ କାୟାକଳ୍ପ ଟିମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମଞ୍ଜୁରୀରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଟିମ ପରିଦର୍ଶନ କରିଛି । ଜିଲ୍ଲା ପ୍ରକଳ୍ପ ପରିଚାଳକ ସରିତା ମହାପାତ୍ର ଓ ଅଭିଳାଷ ମିଶ୍ର ଟିମ ସଦସ୍ୟ ଭାବେ ଗତକାଲି ମେଡିକାଲକୁ ଆସି ସେଠାରେ ଭିତ୍ତିଭୂମି, ରୋଗୀସେବା, ଔଷଧ ବିତରଣ ଓ ପରିବେଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏଥିରେ ଡାକ୍ତର ଦେବାଶିଷ ପତି, ରଶ୍ମିରଞ୍ଜନ ସାହୁ, ନବଘନ ଦାସ, ପ୍ରଣତି ପହି, ବନଲତା ମହାପାତ୍ର, ରୁନୁଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମେଡିକାଲ ରୋଗୀ ସେବା ସମ୍ପର୍କରେ କାୟାକଳ୍ପ ଟିମ ସଦସ୍ୟଙ୍କୁ ସୂଚନା ଦେଇଥିଲେ । ମେଡିକାଲ କର୍ମଚାରୀ ସୁମିତ୍ରା ସୁତାର, ରଶ୍ମିବାଳା ନାୟକ, ରୁଦ୍ର ନାରାୟଣ କବି, ଯଶୋବନ୍ତ ପହି, ପ୍ରଶାନ୍ତ ବାରିକ, ଶ୍ରୀଧର ଜେନା, ଚିନ୍ନା ନାୟକ, ମଂଜୁଲତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ