ମେଡିକ୍ରାଲ କଲେଜ କ୍ରିୟାନୁଷ୍ଠାନ କମିଟି ବାର୍ଷିକ ଅଧିବେଶନ ସମ୍ପର୍କିତ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ମେଡିକ୍ରାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆସନ୍ତା ବାର୍ଷିକ ସମ୍ମିଳନୀ ଓ ସଦସ୍ୟତା ବୃଦ୍ଧି ସମ୍ପର୍କିତ ଏକ ବୈଠକ ମନ୍ଦାରପୁର ପଞ୍ଚାୟତର ଓଡ଼ମ୍ବର ଗ୍ରାମ ମକର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲା କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ପ୍ରଦୀପ ଦାସ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ଜନସଂପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା ଓ ଅଜୟ ମହାପାତ୍ର ପ୍ରମୁଖ ଯୋଗଦେଇ ଜିଲା ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ସଙ୍ଗକୁ ବାର୍ଷିକ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏହି ବୈଠକରେ ଉପସ୍ଥିତ ମହିଳାମାନେ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାରେ ହୃଦରୋଗ ଓ ସ୍ନାୟୁ ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବା ପ୍ରସଙ୍ଗକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । କ୍ରିୟାନୁଷ୍ଠାନ କମିଟିର ଆସନ୍ତା ବାର୍ଷିକ ସମ୍ମିଳନୀରେ ଏହା ଉପରେ ଆଲୋଚନା ପରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବୈଠକରେ କମିଟିର କାର୍ଯ୍ୟକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ଭେଷଜ ମହାବିଦ୍ୟାଳୟ ସଂଲଗ୍ନ ଡାକ୍ତରଖାନା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଏମ୍ସର ବହିଃର୍ବିଭାଗ କାର୍ଯ୍ୟକ୍ଷମ କରିବା, ଆୟୁଷ ହସପିଟାଲ ଓ ନର୍ସିଂ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଓ ହସପିଟାଲରେ ସମସ୍ତ ରୋଗର ପରୀକ୍ଷା ବ୍ୟବସ୍ଥା ଉପଲବ୍ଧ କରାଇବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା । କ୍ରିୟାନୁଷ୍ଠାନ କମିଟିରେ ମହିଳାଙ୍କ ସଦସ୍ୟତା ଗ୍ରହଣ ପାଇଁ ବୈଠକର ଆବାହିକା ପ୍ରମିତା ସାହୁ ଅନୁରୋଧ କରିଥିଲେ । ଅଞ୍ଜନା ମହାପାତ୍ର, ସନ୍ଧ୍ୟାରାଣୀ ଗିରି, ପୁଷ୍ପାଞ୍ଜଳି ଦାସ, ପ୍ରମିଳା ସାମଲ, ନମିତା ଦାସ, ମଧୁସ୍ମିତା ଦାସ, ଅର୍ଚ୍ଚନା ଖଟୁଆ, ମିୀନତି ଗିରି, ସୁଷମା ଗିରି, ସୁବାସିନୀ ଦାସ, ପ୍ରତିମା ଗିରି, କବିତା ଜେନା, ଅର୍ଚ୍ଚନା ଖଟୁଆ, ରେମୁଣା ଆଞ୍ଚଳିକ କମିଟିର ସମ୍ପାଦକ ବିଧାନଚନ୍ଦ୍ର ରାୟ, ସ୍ଥାନୀୟ ବାସିନ୍ଦା ନଗେନ୍ଦ୍ର ଗିରି, ରାମଚନ୍ଦ୍ର ନାୟକ ଓ ମନୋଜ ମହାରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୁବର୍ଣ୍ଣ ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।