ମେନିଙ୍ଗ୍ ଶ୍ରମିକ ମାନଙ୍କ ଦରମା ବୃଦ୍ଧି ସମେତ ୭ଦଫା ଦାବୀ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ଗୋପାଳପୁର ବନ୍ଦରରେ କାର୍ଯ୍ୟକରୁଥିବା ମେନିଙ୍ଗ୍ ମାନଙ୍କ ସର୍ବନିମ୍ନ ଦରମା ୨୦ହଜାର ଟଙ୍କାକୁ ବୃଦ୍ଧି କରିବା ସହ ଅନ୍ୟାନ୍ୟ ୭ଦଫା ଦାବୀ ନେଇ ଗୋପାଳପୁର ପୋର୍ଟ କର୍ମଚାରୀ ସଂଘ , ଗୋପାଳପୁର ପୋର୍ଟ ଡ଼କ୍ ୱାର୍କସ ୟୁନିୟନ ଓ ଗୋପାଳପୁର ମଜଦୂର ୟୁନିୟନ ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବୀ ଗୁଡିକ ଜିଲ୍ଲାପ୍ରଶାସନ ଓ ବନ୍ଦର କର୍ତୃପକ୍ଷ ଯଥାଶୀଘ୍ର ପୂରଣ ନକରନ୍ତି । ତେବେ ଆସନ୍ତା ୨୫ ତାରିଖ ଦିନ ଠାରୁ ବନ୍ଦରର ଶ୍ରମିକ ଫାଟକ ପାଶ୍ୱର୍ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ଏହାର ଅବିକଳ ଦାବୀ ପତ୍ର ଗଂଜାମ ଏସପି ଏବଂ ବନ୍ଦର କର୍ତୃପକ୍ଷଙ୍କୁ ମଧ୍ୟ ତିନୋଟି ୟୁନିୟନ ମିଳିତ ଭାବେ ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ତିନୋଟି ୟୁନିୟନର ସମସ୍ତ କର୍ମକର୍ତା ସମେତ ବହୁ ଶ୍ରମିକ ମାନେ ଉପସ୍ଥିତ ଥିଲେ ।