ମେହେନ୍ଦିନଗର ପଂଚାୟତ ସରପଂଚଙ୍କ ପଦବୀ ଜିଲ୍ଲାଜଜ କାଏମ ରଖିଲେ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଗତ ୨୦୧୭ ମସିହା ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ମେହେନ୍ଦିନଗର ଗ୍ରାମ ପଂଚାୟତର ସରପଂଚ ନିର୍ବାଚନରେ ରବିନ୍ଦ୍ରନାଥ ପଣ୍ଡା ବିଜୟୀ ହେବା ପରେ ପରାଜିତ ପ୍ରାର୍ଥୀ ଭରତ ଚନ୍ଦ୍ର ଲେଙ୍କା କେନ୍ଦ୍ରାପଡା ସିଭିଲ ଜଜଙ୍କ କୋର୍ଟରେ ସରପଂଚ ଶ୍ରୀ ପଣ୍ଡା ପଂଚାୟତ ଦେୟ ଦେଇନଥିବାରୁ ଓ ସେ ଜଣେ ମାମଲାବାଜ ଲୋକ ହୋଇଥିବାରୁ ତାଙ୍କ ବିରୋଧରେ ମକଦ୍ଦମା ଦାୟର କରିଥିଲେ । ସେହି ମକ୍କଦମା ଗତ ୨୦୧୯ମସିହା ମଇମାସ ୪ତାରିଖରେ କେନ୍ଦ୍ରାପଡା ସିଭିଲ ଜଜ ଦରଖାସ୍ତ କାରୀଙ୍କ ସପକ୍ଷେ ରାୟ ଦେଇ ସରପଂଚ ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ସେହି ରାୟ ବିରୋଧରେ ସରପଂଚ ଶ୍ରୀ ପଣ୍ଡା କେନ୍ଦ୍ରାପଡା ଜିଲ୍ଲାଜଜଙ୍କ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାଜଜ ଉଭୟ ପକ୍ଷଙ୍କ ଠାରୁ ଶୁଣାଣି କରିବା ପରେ କାଗଜ ପତ୍ର ତନଖି କରି ଗୁରୁବାର ଆପେଲାଂଟ ରବିନ୍ଦ୍ର ନାଥ ପଣ୍ଡାଙ୍କ ଅପିଲ ଦରଖାସ୍ତକୁ ମଞ୍ଜୁର କରି ସିଭିଲ ଜଜ କେନ୍ଦ୍ରାପଡାଙ୍କ ରାୟକୁ ଖାରଜ କରିଥିବା ଜଣାପଡିଛି । ଜିଲ୍ଲାଜଜଙ୍କ ଏହି ନିର୍ଦେଶ ଫଳରେ ଶ୍ରୀ ପଣ୍ଡାଙ୍କର ସରପଂଚ ପଦବୀ ପୁର୍ବବତ କାଏମ ରହିଲା । ଆପେଲାଂଟ ଶ୍ରୀ ପଣ୍ଡାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା ମକଦ୍ଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ