ମେୟରଙ୍କ ନିର୍ଦ୍ଦେଶକୁ ମାନିଲାନି ବିଏମ୍‌ସି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ଯେତିକି ପାଖେଇ ଆସୁଛି, ବିଏମ୍‌ସି ଓ ବିଡ଼ିଏର କର୍ମଚାରୀମାନଙ୍କ ଉଠାଦୋକାନୀଙ୍କ ଉପରେ ଅତ୍ୟାଚାର ସେତିକି ବଢିଚାଲିଛି । ଗତ କିଛିଦିନ ହେବ କ୍ରମାଗତ ଭାବରେ ବିଏମ୍‌ସି ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ଦଳ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ଉଠାଦୋକାନଗୁଡ଼ିକୁ ଉଚ୍ଛେଦ କରି ଚାଲିଥିଲେ । ଯାହାକୁ ନେଇ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ତରଫରୁ ତୀବ୍ର ବିଧେରା କରୁଥିଲେ ମଧ୍ୟ ବିଏମ୍‌ସି ଓ ବିଡ଼ିଏ ଏଥିପ୍ରତି କର୍ଣ୍ଣପାତ ନକରି ଚିରା ଚରିତ ଭାବେ ଉଠାଦୋକନଗୁଡ଼ିକୁ ଉଚ୍ଛେଦ କରି ଚାଲୁଥିଲେ । ଫଳରେ ବାଧ୍ୟ ହୋଇ ମହାସଂଘ ତରଫରୁ ଗତ ୨୬ ତାରିଖ ଦିନ ୫ ହଜାର ଉଠାଦୋକାନୀ ଭାଇ ଓ ଭଉଣୀମାନେ ଭୁବନେଶ୍ୱର ଉତ୍ତର ବିଏମ୍‌ସି ଅଫିସ୍ ଘେରାଉ କରିବା ସହିତ ଦୁଇଜଣ ଡେପୁଟି କମିଶନର ଓ ମେୟରଙ୍କୁ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଦୁଇ ଡେପୁଟି କମିଶନର ଓ ମେୟର ଦାବିଗୁଡିକ ଯଥାର୍ଥ ବୋଲି କହିବା ସହ ବିଏମ୍‌ସି ଉଠାଦୋକାନ ଉଚ୍ଛେଦ ନକରି ଥଇଥାନ କରିବାକୁ କହିଥିଲେ । ହେଲେ ମେୟରଙ୍କ କଥାକୁ ବିଏମ୍‌ସି କର୍ମଚାରୀମାନେ ଖାତିର କରିନଥିଲେ ।ଶନିବାର ଛୁଟିଦିନରେ ବିଏମ୍‌ସି ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ଦଳ କଳ୍ପନା ଛକରେ ଥିବା ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବାକୁ ଆସିଥିବା ବେଳେ ସେଠାରେ ଉଠାଦୋକାନୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉଠାଦୋକାନୀମାନେ ବିଏମ୍‌ସି ଗୋ ବ୍ୟାକ୍‌, ପ୍ରବାସୀ ଭାରତୀୟ ସମ୍ମିଳନୀ ନୁହେଁ, ଭାତ ଚାହୁଁ, ଉଚ୍ଛେଦ ନୁହେଁ, ଥଇଥାନ ଚାହୁଁ ଆଦି ସ୍ଲୋଗାନ ଦେଇ ବିଏମସି ଗାଡ଼ି ଆଗରେ ଧାରଣାରେ ବସିଥିଲେ । ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ସୂର୍ଯ୍ୟମଣି ସାହୁ, ନିରଞ୍ଜନ ପାଣ୍ଡେ ଘଟଣାସ୍ଥଳରେ ପହଞ୍ôଚ ଦୋକାନୀମାନଙ୍କୁ ବୁଝାଶୁଝା କରିବା ସହ ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଲା ପରେ ଦୋକାନୀମାନେ ଆନ୍ଦୋଳନରୁ ଓହରିଥିଲେ ।ଅନ୍ୟପଟେ ଦୁଇନମ୍ବର ଅଞ୍ଚଳରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଉଚ୍ଛେଦ କରିବା ପାଇଁ ପ୍ରଚାର କରୁଥିବା ବେଳେ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିପରି ଖଣ୍ଡଗିରି ଛକରେ ବିଏମ୍‌ସି ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଉଚ୍ଛେଦ ପାଇଁ ପ୍ରଚାର କରିଥିଲେ । ଯାହାଫଳରେ ଦୋକାନୀମାନେ ଏକିତ୍ରିତ ହୋଇ ପ୍ରଚାରଗାଡ଼ିକୁ ଘେରିଥିଲେ । ମହାସଂଘର ସଭାପତି ପ୍ରତାପ କୁମାର ସାହୁ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଯଦି ବିଏମ୍‌ସି ତାର ଉଚ୍ଛେଦ ନୀତିରୁ ନ ଓହରେ, ତେବେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସ୍ଥିର କରାଯାଇଥିବା ୫୫ଟି ରାସ୍ତାରେ ଉଠାଦୋକାନୀମାନେ ଜାନୁଆରୀ ୮, ୯, ୧୦ ତାରିଖରେ ପ୍ରବାସୀ ଭାରତୀୟମାନେ ଯାଉଥିବା ଗାଡ଼ି ସମ୍ମୁଖରେ ହଜାର ହଜାର ଉଠାଦୋକାନୀ ପିକେଟିଂ କରିବେ ବୋଲି କହିଛନ୍ତି । ଏଥିପାଇଁ ଯଦି ବିଏମ୍‌ସି ସାରା ବିଶ୍ୱରେ ବଦନାମ ହୁଏ, ତେବେ ବିଏମ୍‌ସି ଅଧିକାରୀ ଓ କମିଶନର ଦାୟୀ ରହିବେ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ