ମେ ୧୪ ତାରିଖ ସୁଦ୍ଧା ଦାବିପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଏକ୍ସ-କ୍ୟାଡ଼ର ଶିକ୍ଷକ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡ଼ର) ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ଭୁବନେଶ୍ୱରସ୍ଥିତ ଏକାମ୍ର ହୋଟେଲଠାରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏକ୍ସ-କ୍ୟାଡ଼ର ଉଚ୍ଛେଦ, ନିୟମିତରୁ ବଞ୍ôଚତ ଗଣଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ ଏକ୍ସ-କ୍ୟାଡ଼ର ଶିକ୍ଷକଙ୍କୁ ଇନ୍‌କ୍ରିମେଣ୍ଟ ପ୍ରଦାନ ଏବଂ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରିବା ଦାବି ନେଇ ଗତ ଡିସେମ୍ବର ୨୭ ତାରିଖରେ ହଜାର ହଜାର ଏକ୍ସ-କ୍ୟାଡ଼ର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଜକୁ ୪ ମାସ ବିତି ଯାଇଥିଲେ ମଧ୍ୟ ଏକ୍ସ-କ୍ୟାଡ଼ର ଶିକ୍ଷକମାନଙ୍କ କୌଣସି ସମସ୍ୟାର ସମାଧାନ ହୋଇପାରି ନାହିଁ । ଫଳରେ ଉପସ୍ଥିତ ୩୦ଟି ଜିଲ୍ଲାର ସଭାପତି, ସମ୍ପାଦକ କ୍ଷୋଭ ପ୍ରକାଶ କରିବା ସହିତ ଆସନ୍ତା ମେ ମାସ ୧୪ ତାରିଖ ମଧ୍ୟରେ ସରକାର ଯଦି କୌଣସି ସମସ୍ୟାର ସମାଧାନ ନ କରନ୍ତି, ତେବେ ୨୨ ହଜାରରୁ ଉର୍ଦ୍ଧ୍ୱ ଏକ୍ସ-କ୍ୟାଡ଼ର ଓ ଗଣଶିକ୍ଷକ ପରିବାର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।
ଉକ୍ତ ବୈଠକରେ ମହାସଚିବ ହାନେଶପାତ୍ର ବାଗ, କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁ, ଅଲେଖ ସାହୁ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପସଭାପତି ବିଶ୍ୱରଞ୍ଜନ ଦାସ, ରାଜୀବ ଲୋଚନ ପ୍ରଧାନ, ଦୀପକ ପୁରୋହିତ, ପ୍ରମୋଦ କୁମାର ସାହୁ, ଗଗନ ପାତ୍ର, ଜିତେନ ପାଣି, ବିଷ୍ଣୁଚରଣ ପଣ୍ଡା ଓ ଗଣମାଧ୍ୟମ ସଂଯୋଜକ ରଞ୍ଜୁ ଅମାତ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଆନ୍ଦୋନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ