ଅନନ୍ତ ସମ୍ଭାବନାର ଭୂମି ଓଡିଶା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ଦିବସ ଅବସରରେ ‘ସାରଳା ଭାଷା ସାହିତ୍ୟ ଏବଂ ପୁରାତତ୍ୱ ଗବେଷଣା ନ୍ୟାସ\’ ତରଫରୁ ବିଭିନ୍ନ ବିଷୟକୁ ନେଇ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ଏହି କର୍ମଶାଳାରେ ଅନନ୍ତ ସମ୍ଭାବନାର ଭୂମି ଓଡି଼ଶା, ବିଶ୍ୱମୈତ୍ରୀରେ ଜଗନ୍ନାଥ ସଂସ୍କତୃି, ସମ୍ପାଦକ ସମ୍ମିଳନୀ, କବି ସମ୍ମଳିନୀ ପ୍ରମୁଖ ବିଷୟଗୁଡିକରେ ବିଶଦ ଆଲୋଚନା ହୋଇଥିଲା । ଭାଷା, ସାହିତ୍ୟ, ସଂସ୍କିୃତି ଓ ପରମ୍ପରା କ୍ଷେତ୍ରରେ ପ୍ରବୀଣ ବ୍ୟକ୍ତି ବିଶେଷଙ୍କୁ ନେଇ ପାଞ୍ଚଗୋଟି ପର୍ଯ୍ୟାୟରେ ଏହି ଦିନିକିଆ ସମ୍ମଳିନୀର ଆୟୋଜିତ ହୋଇଥିଲା । ‘ସମାଜ\’ର ସମ୍ପାଦକ ନିରଞ୍ଜନ ରଥ ଏହି ସମ୍ମଳିନୀକୁ ଉଦ୍ଘାଟିତ କରିଥିବା ବେଳେ ଭରତୀୟ ଜନତା ପାର୍ଟି (ଭାଜପା)ର ପ୍ରାକ୍ତନ ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟଅତିଥି ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଅଖôଳ ଭାରତୀୟ ସହ ସଦ୍ଭାବନା ପ୍ରମୁଖ ପ୍ରଫେସର ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଉଦ୍ଘାଟନୀ ପର୍ଯ୍ୟାୟରେ ଆଲୋଚନାର ବଷିୟ ଥିଲା ‘ଅନନ୍ତ ସମ୍ଭାବନାର ଭୂମି ଓଡି଼ଶା\’ । ପ୍ରତିଷ୍ଠାନର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜତି ଏହି ଆଲୋଚନାଚକ୍ରରେ କାନ୍ତକବିଙ୍କ ବଂଶଜ ଗୁରୁ କଲ୍ୟାଣ ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ । ପରିବେଶବିତ୍ ମାନସ ରଞ୍ଜନ ମିଶ୍ର, ଲକ୍ଷ୍ମୀନାରାୟଣ ରଥ ଏବଂ ସାରଳା ଭାଷା ସାହିତ୍ୟ ଏବଂ ପୁରାତତ୍ୱ ଗବେଷଣା ନ୍ୟାସର ସମ୍ପାଦକ ତଥା ପରିଚାଳନା ଟ୍ରଷ୍ଟି ଅଜିତ ଦାଶ ଏଠାରେ ଅଂଶଗ୍ରହଣ କରିଥିଲେ ।
‘ବିଶ୍ୱ ମୈତ୍ରୀରେ ଜଗନ୍ନାଥ ସଂସ୍କୃତି\’ ଶୀର୍ଷକୀୟ ବିଷୟବସ୍ତୁକୁ ନେଇ ଦି୍ୱତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଇନଷ୍ଟିଚ୍ୟୁଟ ଅଫ୍ ଚାଟାର୍ଡ ଼ ଆକାଉଣ୍ଟାଣ୍ଟର ଫାକ୍ୟୁଲ୍ଟି ପ୍ରଫେସର ଶିଶିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆର.ସି.ଏମ. ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡି଼ଆ ବିଭାଗର ଅଧ୍ୟାପିକା ଡ.଼ ଶର୍ମିଷ୍ଠା ମହାପାତ୍ର ଏହି ପର୍ଯ୍ୟାୟକୁ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ଇନଟେକ ଓଡି଼ଶା ତଥା ଜଗନ୍ନାଥ ସଡ଼କ ଗବେଷକର ସଂଯୋଜକ ଡ଼ ଅନଲି କୁମାର ଧôର, ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବିଶିଷ୍ଟ ସମାଲୋଚକ ଡ଼ ଅସିତ ମହାନ୍ତି, ବିଶିଷ୍ଟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗମୁଖ୍ୟ ଅଧ୍ୟାପକ ଡ. ରମେଶ ମଲି୍ଲକ ପ୍ରମୁଖ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଲୋଚନା କରିଥିଲେ ।
ତତୃୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିଲା ସମ୍ପାଦକ ସମ୍ମିଳନୀ । ବିଭିନ୍ନ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କୁ ନେଇ ଏହି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା । ପକ୍ଷୀଘର ପ୍ରକାଶନୀର ସମ୍ପାଦକ ବନୋଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନା ସଭାରେ ଶିକ୍ଷା ବିଭାଗର ପ୍ରାକ୍ତନ ରିଡର଼ ଡ଼ ଜୟଶ୍ରୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ‘ବନ୍ଧୁ\’ର ସମ୍ପାଦକ ଭୁବନାନନ୍ଦ ତ୍ରିପାଠୀ ବିଶିଷ୍ଟ ଅତିଥି ଭାବେ କଥାକଥା କବିତା କବିତାର ସମ୍ପାଦକ ଅକ୍ଷୟ ବେହେରା ଓ ବାଣୀଚିତ୍ରର ସମ୍ପାଦକ ଭାସ୍କର ଚନ୍ଦ୍ର ଜେନା ଯୋଗ ଦେଇଥିଲେ । ଏଠାରେ ବରିଷ୍ଠ ସାମ୍ବାଦିକ ତଥା ଇଂରାଜି ଦୈନିକ ଖବରକାଗଜ ‘ଦି ପାୟୋନୀର\’ର ରାଜ୍ୟ ସମ୍ପାଦକ ସାରଦା ପ୍ରସାଦ ନନ୍ଦ ଏବଂ ଉତ୍କଳ ମେଲ୍ର ସମ୍ପାଦକ ପିତବାସ ମିଶ୍ରଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ବିକାଶ ଶତପଥୀ, ଶଶାଙ୍କ ଶେଖର ସାହୁ, ପ୍ରିତି ଡ଼. ପ୍ରତିଭା ଭୋଳ ପ୍ରମୁଖ ପତ୍ରିକା ସମ୍ପାଦକ ନିଜ ନଜି ବକ୍ତବ୍ୟ ରଖିଥିଲେ । ଚତୁଃର୍ଥ ପର୍ଯ୍ୟାୟରେ କବି ସମ୍ମିଳନୀର ଆୟୋଜନ କରାଯାଇଥିଲା । ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ବିଶ୍ୱାଳ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ସଂଘମିତ୍ରା ଭଞ୍ଜ ମୁଖ୍ୟ ବକ୍ତା ଏବଂ ବିଶିଷ୍ଟ ଅତିଥି ଭାବେ କବି କ୍ଷୀରୋଦ କୁମାର ପରିଡା, କବି ଇଂ ଅରଣୁ ସାହୁ, ଅଧ୍ୟାପିକା ସୌଦାମିନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଜୟଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପର୍ଯ୍ୟାୟରେ ଚମକଚାନ୍ଦିନୀ ଦାଶ ଓ ଅଧ୍ୟାପିକା ଦିପ୍ତିମୟୀ ସାହୁ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ ।ପଞ୍ଚମ ତଥା ଉଦ୍ଯାପନୀ ଉତ୍ସବ ଉତ୍କଳ ଚାମ୍ବର୍ସ ଅଫ୍ କମର୍ସର ସଭାପତି ବ୍ରହା୍ମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବେଦାନ୍ତ କମ୍ପାନୀର ଓଡିଶା ଓ ଛତିଶଗଡ ସଭାପତି ଡ଼ ତପନ କୁମାର ଚାନ୍ଦ ଯୋଗ ଦେଇଥିଲେ । ଜେଡ୍ ଷ୍ଟେଟ୍ର ପରିଚାଳନା ନିର୍ଦ୍ଦେଶକ ତପନ ମହାନ୍ତି ଏବଂ ଖ୍ୟାତନାମା ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତୀୟ ଯୋଗ ସଂସ୍ଥାନର ଓଡିଶ଼ା ପ୍ରାନ୍ତ ପ୍ରଧାନ ସୁରେଶ ମହାପାତ୍ରଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ ଇଣ୍ଟରନ୍ୟାସନାଲର ଡିଜିଏନ୍ ଯଜ୍ଞାଶିଷ ମହାପାତ୍ର, ମନୋଜ କୁମାର ପୃଷ୍ଟି, ଅନିଲ ପଧ୍ରାନ, ଦେବେନ୍ଦ୍ର ପ୍ରଧାନ, ବୋଧିସତ୍ୱ ସଂଘପ୍ରିୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


