ମେ ୧୫ ରେ ଆରମ୍ଭ ହେବ ବିମାନ ଚଳାଚଳ !
ନୂଆଦିଲ୍ଲୀ : ମେ ୧୫ ସୁଦ୍ଧା ଉଡିବ ଘରୋଇ ବିମାନ। ଗ୍ରୀନ୍ ଜୋନ୍ରେ ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏନେଇ ସୂଚନା ଦେଇଛନ୍ତି। ଗ୍ରୀନ୍ ଜୋନ୍ରେ ବିମାନ ସେବା ସହଜ, ଏନେଇ ଯୋଜନା ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ । ମେ ୧୫ ପୂର୍ବରୁ ଘରୋଇ ବିମାନ ଚଳାଚଳ ପାଇଁ ଯୋଜନା ହେଉଛି। ଏନେଇ କିଛି ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ମେଟ୍ରୋ ସହରରେ ବିମାନ ଚଳାଚଳ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା। ସବୁ ମେଟ୍ରୋ ରେଡ୍ ଜୋନ୍ରେ ଅଛି ବୋଲି କହିଛନ୍ତି ମନ୍ତ୍ରୀ ହରଦୀପ। ରେଡ୍ ଜୋନ୍ରେ ଥିଲେ ବି ମେଟ୍ରାରେ ବିମାନ ସେବାକୁ ସମ୍ପୂର୍ଣ୍ଣ ଏଡାଇ ହେବନି ବୋଲି କହିଛନ୍ତି ମନ୍ତ୍ରୀ। ଲକ୍ ଡାଉନ୍ ଯୋଗୁ ମାର୍ଚ୍ଚ ୨୪ରୁ ବିମାନ ସେବା ବାତିଲ୍ ହୋଇଛି।


