ମୈାସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ବର୍ଷା କବିତା ଆସର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ “ମୈାସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ” ପକ୍ଷରୁ ଏକ ବର୍ଷା କବିତା ଆସର ଓ ବନ୍ଧୁ ମିଳନ ସମାରୋହ ସ୍ଥାନୀୟ ଗୁଲନଗର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପରିଷଦର ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସମ୍ପାଦକ କବି ଡଃ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ ପ୍ରଦାନ ସହିତ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ କବି ପ୍ରେମାନନ୍ଦ ଖଣ୍ଡୁଆଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସମାରୋହରେ ଅତିଥି ଭାବରେ ବରିଷ୍ଠ କବି ଅୟସକାନ୍ତ ମହାପାତ୍ର, ପ୍ରକାଶକ କବି ରମେଶ ଚନ୍ଦ୍ର ପତି ଓ କବୟତ୍ରୀ ଡଃ. କଳ୍ପନା ମଲ୍ଲିକ ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । କବି ଅମର ପ୍ରସାଦ ରାଉତ, ଭରତ ଚନ୍ଦ୍ର ଜେନା, ସୁରେନ୍ଦ୍ର କୁମାର ପାତ୍ର, ଅଜୟ କୁମାର ପାତ୍ର, ରଞ୍ଜନ ବାଇ, ରତ୍ନାକର ପାତ୍ର, କବିତା ମୁଦୁଲି, ସୈାଭାଗ୍ୟ ଦାଶ, ଆନନ୍ଦ କୁମାର ମାଇତି, ସ୍ୱର୍ଣ୍ଣମୟୀ ଷଡଙ୍ଗୀ, ଶଶିକାନ୍ତ ଦାସ, ସନ୍ନିଭ ମିଶ୍ରା ଦାଶ, ମହନ୍ତ କୁମାର ମଲ୍ଲିକ, ବାବାଜୀ ଚରଣ ପ୍ରତିହାରୀ, ଗୋଲାପ ରାଉତ, ଆଡଭୋକେଟ ପ୍ରଦୀପ ଦାଶ, ସ୍ନେହମୟୀ ବାରିକ, ଅପର୍ତ୍ତୀ ଚରଣ ସେଠୀ, ଡଃ. ରତ୍ନାକର ମଲ୍ଲିକ, ଶ୍ରୀଧର କୁମାର ଭୋଳ, ଲକ୍ଷ୍ମୀପ୍ରିୟା ମାଇତି, ଯାମିନୀ ଦାସ, ଗିତାରାଣି ମହାନ୍ତି, ଜ୍ୟୋସ୍ôନାରାଣୀ ସୂତାର ପ୍ରମୁଖ ୪୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । କବି ଚାରୁଲତା ଭୂୟାଁ, ନିକୁଞ୍ଜ ବିହାରୀ ପୃଷ୍ଟି ଓ ଶୈଳଜାଶଙ୍କର ସାମଲ କବିତା ପାଠୋତ୍ସବର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗବେଷକ ନିରଞ୍ଜନ ମେକାପ, ଶିକ୍ଷାବିତ ଡଃ. ସୁଧାଂଶୁଶେଖେର ଦ୍ୱିବେଦୀ, କବି ସୈାଭାଗ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କବି ବୃନ୍ଦାବନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


