ମୋଘର ପାଇଁ ସଚେତନତା ଶିବିର
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷ ରେ ମୋ ଘର ଯୋଜନା ସମ୍ପର୍କ ରେ ଏକ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ମୋ ଘର ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନସଂପର୍କରେ ଆଲୋଚନା ହୋଇଥିଲା ।କିଭଳି ଯୋଗ୍ୟ ହିତ୍ତାଧିକାରି ଏହି ଯୋଜନାରେ ଉପକୃତ ହୋଇ ପାରିବେ ,ସେଥିନେଇ ପ୍ରଶିକ୍ଷଣ ଦିଆ ଯାଇଥିଲା ।ମୋ ଘର ପାଇଁ ଜୁନ ୧୬ ତାରିଖ ରୁ ହିତାଧିକାରୀ ମାନେ ଅନ୍ ଲାଇନ ମାଧ୍ୟମରେ ଆବେଦନ କରିପାରିବେ ।ମଣ୍ଡଳ ଉନ୍ନୟନ ଅଧିକାରୀ ବସନ୍ତ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ , ଉପାଧ୍ୟକ୍ଷ ଅନୁସୂୟା ମହାନ୍ତି ,ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜଲତା ସାମଲ ,ସସ୍ମିତା ନାୟକ, ରବୀନ୍ଦ୍ର ନାଥ ମଲ୍ଲିକ ଙ୍କ ସମେତ ବ୍ଲକ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶଶିକାନ୍ତ ପ୍ରଧାନ ଓ ସମସ୍ତ ସରପଂଚ ଓ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ।