ମୋଟରାଗାଡିଆ ସ୍କୁଲରେ କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ):ତୃତୀୟ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ମଟରାଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଦିବ୍ୟ ରଞ୍ଜନ ନାୟକ ସମଗ୍ର ବ୍ଲକରେ ପ୍ରଥମସ୍ଥାନ ହାସଲ କରିବା ପରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟାରେ ଖୁସିର ଲହରୀ ଖେଳିଯାଇଛି। ଏଥିଲାଗି ଆଜି ବିଦ୍ୟାଳୟ ପକ୍ଷରୁ ସିଆରସିସି କେଶବ କର, ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ସ୍ୱାଇଁ, ସହକାରୀ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପଳତା, ଭଗବାନ ମଣ୍ଡଳ, ଅଭିଭାବକ ଅଭୟ କୁମାର ନାୟକ ପ୍ରମୁଖ ଯୋଗଦେଇ ଦିବ୍ୟରଞ୍ଜନ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟ ଛାତ୍ରଛାତ୍ରୀ ମାନେ ମଧ୍ଯ ଦିବ୍ୟ ରଞ୍ଜନଙ୍କ ଭଳି ସଫଳତା ହାସଲ କରନ୍ତୁ ବୋଲି ମତ ଦେଇଥିଲେ।