ମୋଟର ଯାନ ଦୁର୍ଘଟଣା ଜନିତ ନିୟମାବଳୀ ଉପରେ ଆଲୋଚନା ଚକ୍ର
ପାରଳାଖେମୁଣ୍ଡ (ତାରିଣୀ ପ୍ରସାଦ ପଣ୍ଡା) : ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଆଇନସେବା ପ୍ରାଧିକରଣ ଗଜପତି ତରଫରୁ ମୋଟର ଦୁର୍ଘଟଣା ଓ ମଧ୍ୟସ୍ଥତା ଉପରେ ଏକ କର୍ମାଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଗଜପତି ଜିଲା ଦୌରାଜଜ୍ ବିଶ୍ୱଜିତ ଦାଶ, ପ୍ରାଧିକରଣ ସଂପାଦକ ବ୍ୟୋମକେଶ ନାୟକ, ବରିଷ୍ଠ ଦେୱାନୀ ଅଦାଲତର ବିଚାରପତି ଦିପା ଦାଶ, କୋର୍ଟ ରେଜିଷ୍ଟ୍ରାର ସୁଭଶ୍ରୀ ପ୍ରଧାନ, ଏସ୍.ଡି.ଜେ.ଏମ୍. ଚନ୍ଦ୍ରାହାଶ ବେହେରା, ଜେ.ଏମ୍.ଏଫ୍.ସି. ଅଙ୍କିତା ଗୁରୁ ପ୍ରମୁଖ ବିଚାରପତି ମାନେ ଯୋଗଦେଇଥିବାବେଳେ ଯାନବାହାନ ନିରୀକ୍ଷକ ବସନ୍ତ ମହାପାତ୍ର, ଜିଲା ଓକିଲ ସଂଘର ସମ୍ପାଦକ କୃଷ୍ଣ ମୋହନ ପଟ୍ଟନାୟକ, ପାରଳାଖେମୁଣ୍ଡି ଏସ୍.ଡି.ପି.ଓ. ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ ଜିଲାର ସମସ୍ତ ଥାନା ଅଧିକାରୀ ମାନେ ଯୋଗଦେଇ ମଧ୍ୟସ୍ଥତା ଦ୍ୱାରା ମୋଟର ଜନିତ ଦୁର୍ଘଟଣା କେସର ବିଚାର ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସର୍ବଚ୍ଚ ଅଦାଲତଙ୍କ ବିଭିନ୍ନ ନିୟମାବଳୀ ଓ ମୋଟର ଜନିତ ଦୁର୍ଘଟଣା ପରେ ପିଡିତା/ପିଡିତ, ଚାଳକ ଯଥା ପୋଲିସ ଓ ପ୍ରଶାସନର କର୍ତ୍ତବ୍ୟ କିପରି ମଧ୍ୟସ୍ଥତା ଦ୍ୱାରା ସମାଧାନ କରାଯାଇପାରିବ ସେ ଉପରେ ଆଲୋକପାତ କରାଯାଇଥିଲା । ଉପସ୍ଥିତ ସମସ୍ତ ଥାନା ଅଧିକାରୀମାନଙ୍କୁ ସର୍ବଚ୍ଚ ଅଦାଲତ ଦ୍ୱାରା ଆଦୃତ ନିୟମାବଳୀ ଓ ଏହାର କାର୍ଯ୍ୟକାରିତା ଉପରେ ଅବଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଇନଜିବୀ ହିରାଚାନ୍ଦ ପଟ୍ଟନାୟକ ଉପସ୍ଥିତ ରହି ବିଭିନ୍ନ ନିୟମାବଳୀ ଉପରେ ଆଲୋଚନା କରିଥିଲେ ।