ମୋଦିଙ୍କ ଆଲୋକ ଜାଳିବା ନିଵେଦେନ କୋଣାର୍କ ରେ ବିପୁଳ ସମର୍ଥନ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ଜନତା କର୍ଫ୍ୟୁ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ କରୋନା କମାଣ୍ଡୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ତାଳି କିମ୍ବା ଥାଲି ବଜାଇବା ପାଇଁ କହିଥିଲେ। ଏହି ପଦକ୍ଷେପକୁ ସମଗ୍ର ଦେଶବାସୀ ମଧ୍ୟ ଦୃଢ଼ ସମର୍ଥନ କରିଥିଲେ। ବର୍ତ୍ତମାନ କରୋନା ଠାରୁ ଦେଶକୁ ଏକଜୁଟ କରିବା ପାଇଁ ରବିବାର ରାତି ୯ ଟାରୁ ୯ ମିନିଟ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ କିମ୍ବା ଦୀପ ନିଜ ନିଜ ଘର ଆଗରେ ବା ବାଲକୋନୀରେ ଜାଳିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ l ଶୁକ୍ରବାର ଦିନ ତାଙ୍କ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଏହି ବିଶେଷ ଆବେଦନ କରିଥିଲେ l ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପୁରୀ ଜିଲ୍ଲା କୋଣାର୍କ ଅଂଚଳରେ ବିପୁଳ ସମର୍ଥନ ମିଳି ଥିବା ଦେଖିବାକୁ ମିଳି ଥିଲା ।କୋଣାର୍କ ଅଞ୍ଚଳ ର ଜନସାଧାରଣ ରାତି ୯ ଟା ସମୟରୁ ୯ ମିନିଟ୍ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ୍ ବନ୍ଦ କରି ଘର ଦୁଆରେ, ଛାତ ଉପରେ ଏକ ଦୀପ, କ୍ୟାଣ୍ଡେଲ୍, ଟର୍ଚ୍ଚ ଲାଇଟ କିମ୍ବା ମୋବାଇଲ୍ର ଫ୍ଲାସ ଲାଇଟ୍ ଅନ୍କରି ଆଲୋକ ଜାଳି ଦେଶରୁ କରୋନା କୁ ଦୂରେଇ ଦେବା ପାଇଁ ପାର୍ଥନା କରିଥିଲେ।ଏହିଭଳି ସମର୍ଥନ ସାରା କୋଣାର୍କ ଅଞ୍ଚଳର ଏକତାର ପ୍ରତୀକ ଅଟେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।ଏହି ସମୟରେ ସୋସିଆଲ୍ ଡିଷ୍ଟାନ୍ସିଂ ରଖି ସମସ୍ତେ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ lମାନ୍ୟବର ପ୍ରଧାନ ମନ୍ତ୍ରୀ କରୋନା ବିରୋଧରେ ହେଉଥିବା ଲଢେଇରେ ଦେଶବାସୀ ଦେଉଥିବା ସହଯୋଗର ପ୍ରଶଂସା କରିଛନ୍ତି । ଜନତା ଜନାର୍ଦ୍ଦନ ଓ ପ୍ରଶାସନ ବେଶ୍ ଭଲ ଭାବରେ ଲକ୍ଡାଉନ୍ର ପାଳନ କରିଛନ୍ତି। କରୋନାର ଅନ୍ଧକାରକୁ ହରାଇ ଆଲୋକ ଆଡକୁ ବଢିବାରେ ଜନତା ବେଶ୍ ସହଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି।


