ମୋଦିଙ୍କ ଶାସନକାଳରେ ଦେଶର ଗରିବସବୁଠୁ ବେଶୀ ଲାଭାନ୍ୱିତ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- ସେପ୍ଟେମ୍ବର ୧୪ ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ ହୋଇଛନ୍ତି ବୋଲି ଶନିବାର ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ଅବସରରେ ବିଜେପିର ରାଜ୍ୟସ୍ତରୀୟ ସେବା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜଧାନୀ ଭୁବନେଶ୍ୱରର ଭରତପୁର ଅଂଚଳରେ ରକ୍ତଦାନ ଶିବିର, ଦିବ୍ୟାଙ୍ଗମାନଙ୍କୁ ଉପକରଣ ବଂଟନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ ଅବସରରେ  କହିଛନ୍ତି ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦିଙ୍କ ଜନ୍ମଦିନରେ ସର୍ବଶ୍ରେଷ୍ଠ ଉପହାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ ଏବଂ ଏଥିପାଇଁ ୧୨୫ କୋଟି ଲୋକଙ୍କୁ ନିଜେ ଦାୟିତ୍ୱ ନେଇ ପାଦେ ଆଗକୁ ବଢିବା ପାଇଁ ପଡିବ ।  ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ବର୍ଷ ପୂର୍ତି ଅବସରରେ ଦେଶର ପ୍ରଧାନସେବକଙ୍କ ଆଦର୍ଶକୁ ଦେଶର ସାମାନ୍ୟ ଲୋକ ପାଳନ କରିବା ନେଇ ଦଳ ପକ୍ଷରୁ ସେବା ସପ୍ତାହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ  ପର୍ଯ୍ୟନ୍ତ ଚାଲିବ । ଆଜି ରାଜ୍ୟବ୍ୟାପୀ ହେଲ୍ଥ କ୍ୟାମ୍ପ ଓ ରକ୍ତଦାନ ଶିବିର ଆଜି ଶୁଭାରମ୍ଭ ହୋଇଥିବା ବେଳେ ରାଜ୍ୟର ସବୁ ପଂଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନ କରାଯିବ । ଏକ ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତଥା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧାନ ନେଇ
ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।  ଗୋଟିଏ କଳ୍ପନା, ବିଚାର ସଭା ସମିତିରେ ସୀମିତ ହୋଇ ନରହୁ । ଏହାକୁ କ୍ରିୟାନ୍ୱୟନ କରିବାର ଦାୟିତ୍ୱ ବିଶେଷ ବାବେ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ଲୋକମାନେ ଏହି ସେବା ସପ୍ତାହ ପାଳନ କରନ୍ତୁ ଓ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ସାକାର କରନ୍ତୁ । ଦେଶର ୧୨୫ କୋଟି ଲୋକ ଗୋଟିଏ ପାଦ ଆଗକୁ ବଢାଇଲେ ଦେଶ ପରିବର୍ତନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସର୍ବଦା କହୁଛନ୍ତି । ଆଜି ସେବା ସପ୍ତାହ ଅବସରରେ ଦେଶକୁ ୧୨୫ ପାଦ ଆଗକୁ ନେବା ପାଇଁ ପଡିବ । ରାସ୍ତାର ବାମପଟେ ଚାଲିବା, କଷ୍ଟରେ ପଡିଥିବା ଲୋକକୁ ଉଦ୍ଧାର କରିବା ଯେପରି ଦାୟିତ୍ୱ ଆଜି ସେଭଳି ସେବା ସପ୍ତାହ ଅଭିଯାନରେ ୧୨୫ କୋଟି ଲୋକଙ୍କୁ ଦାୟିତ୍ୱ ନେବାକୁ ପଡିବ । ଏହି ଆଦର୍ଶ ସେବା ସପ୍ତାହ ବାର୍ତାକୁ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ନିବେଦନ କରିବା ସହ ନିଜେ କରିଥିବା ସେବା କାମର ଫୋଟକୁ ମଧ୍ୟ ଫେସବୁକ, ଟ୍ୱିଟରରେ ଛାଡିବା ସହ ବନ୍ଧୁ ମାନଙ୍କୁ ପ୍ରେରିତ କରିବା ପାଇଁ ଅନୁରୋଧ କରିଥିଲେ । କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସର ସେବା ସପ୍ତାହରେ କେବଳ ପ୍ଲାଷ୍ଟିକ ବର୍ଜନ କରିବା,
ଜଳ ସଂରକ୍ଷଣ କରିବାର ବିଷୟ ନୁହେଁ । ଆଧୁନିକ ଭୁବନେଶ୍ୱର ତିଆରି କରିବା ଏବଂ ଏକବିଂଶ
ଶତାବ୍ଦୀରେ ସହର ତିଆରି କରିବା ଯେଉଁ ସହରରେ ଗରିବ ଲୋକର ଯେତେ ଅଧିକାର, ଧନୀ ଲୋକର ମଧ୍ୟ ସମାନ ଅଧିକାର । ଏହାକୁ ସେବା ସପ୍ତାହ ମାଧ୍ୟମରେ ପୂରା କରିବାର ଦାୟିତ୍ୱ ବିଜେପି ନେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ