କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ
ଚିକିଟି, (ଯୁଗାବ୍ଦ ନ୍ୟୁଜ) : ଶିକ୍ଷା କ୍ଷେତ୍ରର ଛାତ୍ରଛାତ୍ରୀଙ୍କ ମନୋନିବେଶ ନିମନ୍ତେ ବିଦ୍ୟାଳୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତିି । ସେପରି ଏକ ଯୋଜନା ହେଉଛି ଶିକ୍ଷଣ ସାମଗ୍ରୀ ମେଳା । ଚିକିଟି ବ୍ଳକ୍ ନୂଆପଡା ଆଞ୍ଚଳିକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡଭାରରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ସାହୁ ଉଦ୍ ଘାଟନ କରିଥିଲା ବେଳେ ଚିକିଟୀ ବ୍ଳକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ବେହେରା ସମ୍ମାନିତ ଅତିଥି ରୂପେ,ପୂର୍ବତନ ସି ଆର ସି ସି ପ୍ରଦୀପ ସେଠୀ ଓ ଲାଲମେଣ୍ଟା ସି ଆର ସି ସି ନିରଞ୍ଜନ ସେଠୀ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସାଦ କୁମାର ପ୍ରହରାଜ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ସି ଆର ସି ସି କେ ଜଗନ୍ନାଥ ରାଓ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ। ନୂଆପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ ବେହେରା, ବାବୁ ସେଠୀ ଓ ନିରଞ୍ଜନ ସେଠୀ ସାମଗ୍ରୀ ଗୁଡିକର ମୂଲ୍ୟାୟନକରିଥିଲେ।କ୍ଳଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ବହୁତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଶିକ୍ଷକ ନରେନ୍ଦ୍ର ସାହୁ, ବିବେକାନନ୍ଦ ସେଠୀ,ପ୍ରେମାଞ୍ଜଳୀ ଖାଡଙ୍ଗା, ବସନ୍ତ ଜାନୀ,କୁରେଶ ସାହୁ,ଜି ରାବଣା ଓ ସନ୍ତୋଷ ପ୍ରଧାନ ପୂର୍ଣ୍ଣ ସହଯୋଗ କରିଥିଲେ।


