ମୋଦିଙ୍କ ୨୦୨୩ ବର୍ଷର ପ୍ରଥମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (ଅନିଲ କୁମାର):ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ଗୁଣ୍ଡିଚ଼ା ମନ୍ଦିର ଛକ ସ୍ଥିତ ମାଁ କାଳୁଆ ହୋଟେଲ୍ କଲ୍ୟାଣ ମଣ୍ଡପ ଠାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୩ ବର୍ଷର ପ୍ରଥମ ତଥା ୯୭ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହ ମଣ୍ଡଳ ସଭାପତି କୢଷ୍ଣ ଚ଼ନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ “ମଣ୍ଡଳ ପ୍ରବାସ ଯୋଜନା ବୈଠକ” ଅନୁଷ୍ଠିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁରମା ପାଢ଼ୀ,ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ସ୍ୱଚ୍ଛ ଭାରତ ଅଭିଯାନ ରାଜ୍ୟ ସଂଯୋଜକ ମହେଶ ମହାନ୍ତି,ଜିଲ୍ଲା ଉପ ସଭାପତି ସୁନିଲ କୁମାର ସାହୁ, ଅନ୍ୟତମ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ପ୍ରମୁଖ ଯୋଗ ଦେଇ ସଶକ୍ତ ମଣ୍ଡଳ ଓ ସକ୍ରିୟ ବୁଥ୍ ନେଇ ସାଙ୍ଗଠନିକ ଚର୍ଚ୍ଚା କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢ଼ୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମସ୍ତ ଲୋକାଭିମୁଖି ଯୋଜନା ବିଷୟରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବୁଥ୍ ସ୍ତରରେ ସଂଗଠନ ମଜବୁତ କରିବାକୁ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପୂର୍ବାହ୍ନରେ ଗୋସାଇଁନୂଆଗାଁ ମଣ୍ଡଳରେ ପହଞ୍ଚିବା ପରେ ବିଜେପି ନେତା ଓ କର୍ମୀ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କୁ ସ୍ୱାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ଜିଲ୍ଲା ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,କର୍ପୋରେଟର ରଞ୍ଜିତା ବେହେରା,ଦୁଇ ଜଣ ଗୋସାଇଁନୂଆଗାଁ ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ପାଢ଼ୀ ଏବଂ ଶ୍ରୀରାମ ଦୀନଦୟାଲ,ମଣ୍ଡଳ ଉପ ସଭାପତି ରବି ନାରାୟଣ ସାବତ,ଲକ୍ଷ୍ମୀ ବେହେରା,ନରସିଂହ ଶତପଥି,କୋଷାଧ୍ୟକ୍ଷ ଶ୍ରୀଧର ମିଶ୍ର,ସମ୍ପାଦକ ଏସ୍.ଶ୍ରୀନିବାସ୍, ଦିଲୀପ ସାହୁ,ସୁଶାନ୍ତ ଚୌଧୁରୀ,ଉପେନ୍ଦ୍ର ସେଠୀ,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଡ଼ି.ଅନିଲ ରାଓ,ମହିଳାମୋର୍ଚ୍ଚା ସଭାନେତ୍ରୀ ସରସ୍ଵତୀ ବେହେରା,କୃଷକମୋର୍ଚ୍ଚା ସଭାପତି ସଞ୍ଜୀବ ଚୋଧୁରୀ,ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଯୋଶେଫ କଟନ୍, ପୂର୍ବତନ ମଣ୍ଡଳ ସଭାପତି ବିଜୟ କୁମାର ସାହୁ,ପୂର୍ବତନ ବ୍ରହ୍ମପୁର ମହାନଗର ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ସାହୁ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସେହିଭଳି ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ସହ “ମଣ୍ଡଳ ପ୍ରବାସ ଯୋଜନା ବୈଠକ” କେ.ଟୁଙ୍ଗୁରୁ ପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ଆଗା ସାହି ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଥିଲା । ଏଥିରେ ଜିଲ୍ଲା ସଭାପତି ତଥା ପୁରୁଣା ବ୍ରହ୍ମପୁର ମଣ୍ଡଳ “ପ୍ରବାସ ଯୋଜନା” ପ୍ରଭାରୀ ବିଭୂତି ଭୂଷଣ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ବାଙ୍କାନିଧି ସେଠୀ,ନୀଳାନ୍ଚଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନରେ କମାପଲ୍ଲୀ ମଣ୍ଡଳ ଠାରେ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡାଙ୍କ ସଭାପତିତ୍ବରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କମାପଲ୍ଲୀ ଅଞ୍ଚଳର ବହୁ ଯୁବକ,ମହିଳା, ବୁଦ୍ଧିଜୀବୀ,ବ୍ୟବସାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ଗୁପ୍ତେଶ୍ୱର ଷଡ଼ଙ୍ଗୀ,ପ୍ରକାଶ ଚନ୍ଦ୍ର ବାଦାନୀ,ବିପିନି ବିହାରୀ ଦାଶ, ଗୋବିନ୍ଦ ଚନ୍ଦ୍ର ସାହୁ,ବିନ୍ଦୁଲତା ମେକାପ,ମିସ୍ କ୍ରିଷ୍ଣାକାନ୍ତ ଆଚାର୍ଯ୍ୟ,ସୁଜାତା ହୋତା ପ୍ରମୁଖଙ୍କ ସମେତ ବହୁ ଅଞ୍ଚଳବାସୀଙ୍କୁ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ଡା.ସୁବାଷ ସାହୁ,ମନୋଜ ପଟ୍ଟନାୟକ,ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା ପ୍ରମୁଖ ଦଳୀୟ ଉପଢ଼ୌକନ ସହ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ