ମୋଦି ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଗଲେ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ବିଧାନସଭାରେ ନିର୍ବାଚନୀ ଉଷ୍ମତା ଧୀରେ ଧୀରେ ବଢିବାରେ ଲାଗିଛି । ପ୍ରଚାର ମଇଦାନରେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି ବାଲେଶ୍ୱର ଲୋକସଭାର ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବାଲେଶ୍ୱର ସଦର ବିଧାନସଭାର ବିଧାୟକ ପ୍ରାର୍ଥୀ ଶ୍ରୀ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ସଦର ବିଧାନସଭା ଅନ୍ତର୍ଗତ ସାର୍ଥା ପଞ୍ଚାୟତର ବାଲିସାହି ଓ ଓଡିଶାଳ ଠାରେ ଲାଭାର୍ଥୀ ସମ୍ପର୍କ ଅଭିଯାନରେ ଦୁଇ ପ୍ରାର୍ଥୀ ସାମିଲ ହୋଇଥିଲେ । ଏହି ଅଭିଯାନରେ ଘରକୁ ଘର ଯାଇ ଲାଭାର୍ଥୀଙ୍କୁ ଭେଟି ମୋଦି ଗ୍ୟାରେଣ୍ଟି ପତ୍ରିକା ପ୍ରଦାନ କରିଥିଲେ । ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ପାଖରେ ସମସ୍ତ ମୌଳିକ ସୁବିଧା ସହ ଅତ୍ୟାବଶ୍ୟକ ସେବା ପହଞ୍ଚାଇବା ଆଜି ମୋଦି ସରକାରଙ୍କ ଗ୍ୟାରେଣ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଜନଧନରେ ଟଙ୍କା, ଲକ୍ଷପତି ଦିଦି ଭଳି ଅନେକ ଯୋଜନା ଆମର ଲାଭାର୍ଥୀ ଭାଇ ଭଉଣୀ ମାନଙ୍କୁ ସଶକ୍ତ କରିବା ସହ ଆତ୍ମନିର୍ଭର କରୁଛି । ଲାଭାର୍ଥୀ ସମ୍ପର୍କ ଅଭିଯାନ ଚାଲିଥିବା ବେଳେ ମୋଦି ସରକାରଙ୍କ କାର୍ଯ୍ୟକୁ ନେଇ ସାଧାରଣ ଲୋକଙ୍କ ଭିତରେ ବେଶ ଉତ୍ସାହ ଦେଖାଦେଇଥିଲା । ଜନସାଧାରଣଙ୍କ ସ୍ନେହ, ଉତ୍ସାହ ଦେଖି ସ୍ପଷ୍ଟ ବାରି ହୋଇ ପଡୁଥିଲା ଯେ ଆଗାମୀ ଦିନରେ ବାଲେଶ୍ୱରରେ ଉଭୟ ବିଧାୟକ ଓ ସାଂସଦ ବିଜୟୀ ହେବା ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି ।ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ବିଜୟ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ପଞ୍ଚାୟତ ସଭାପତି ଅରବିନ୍ଦ ଜେନା, ମଣ୍ଡଳ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ମନ୍ତ୍ରୀ ଓ ଝାଡେଶ୍ୱର ସେଠୀ, ବେଣୁଧର ବେହେରା, ନିଶ୍ଚିନ୍ତ ବେହେରା, ହରିହର ବାରିକ, ବ୍ରଜମୋହନ ସାହୁ, ଦିଲ୍ଲୀପ ମହାନ୍ତି, ହରିଶ୍ଚନ୍ଦ୍ର ପ୍ରଧାନ, ଚିତ୍ତରଞ୍ଜନ ଦାସ, ବିଜୟ ଜେନା, ସତ୍ୟରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ