ମୋଦି ସରକାରଙ୍କ ଗ୍ୟାରେଣ୍ଟି ଆମ “ସଂକଳ୍ପ ବିକଶିତ ଭାରତ” ରଥ ଗେଙ୍ଗୁଟି ଓ ଖାନନଗର ଗ୍ରାମ ପଞ୍ଚାୟତ ରେ ପରିକ୍ରମା
ବାଲେଶ୍ୱର, (ସରୋଜ ପଣ୍ଡା):ସୋମବାର ଗେଙ୍ଗୁଟି ଓ ଖାନନଗର ଗ୍ରାମ ପଞ୍ଚାୟତ ରେ ମୋଦି ସରକାରଙ୍କ ଗ୍ୟାରେଣ୍ଟି “ଆମ ସଂକଳ୍ପ ବିକଶିତ ଭାରତ “ରଥ ପରିକ୍ରମା କରିଥିଲା l ଏହି ଦୁଇଟି ପଂଚାୟତ ରେ ରଥ ପରିକ୍ରମା ସମୟରେ ସ୍ଥାନୀୟ କୀର୍ତ୍ତନିୟା ଦଳ ହରିନାମ ଜପ କରି ରଥ ଆଗରେ ରହି ରଥକୁ ବାଟ କଢାଇ ନେଇଥିଲେ l LED ସ୍କ୍ରିନ ଦ୍ୱାରା ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକ ମାନଙ୍କୁ ପ୍ରଦର୍ଶନ କରାଯାଇଥିଲା l ପଞ୍ଚାୟତ ର ଲୋକ ମାନେ ମୋଦି ସରକାରଙ୍କ ଯେଉଁ ଯେଉଁ ଯୋଜନା ପାଇଛନ୍ତି, ତାର ସୁଚି କରିବା ଏବଂ ଯେଉଁ ମାନେ ଏହିସବୁ ଯୋଜନା ରୁ ବଞ୍ଚିତ ହେଇଛନ୍ତି, ତାଙ୍କର ପଞ୍ଜିକରଣ କରି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ପଠାଇବା ତଥା ସରକାର ଙ୍କ ପ୍ରତ୍ୟେକ ଯୋଜନା ରୁ ଲାଭ ପାଇବା ପାଇଁ ଜନସାଧରଣ ଙ୍କୁ ସଚେତନ କରାଯାଇଥିଲା l କାର୍ଯ୍ୟକ୍ରମ ସ୍ଥଳରେ ରେମୁଣା ର ନେତା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମାହାନ୍ତି, ଜିଲ୍ଲା OBC ମୋର୍ଚା ଉପସଭାପତି ନିତୁନ କୁମାର ସାହା, ଯୁବ ମୋର୍ଚା ଉପସଭାପତି ନାରାୟଣ ମହନ୍ତ, ବରିଷ୍ଠ କାର୍ଯ୍ୟକର୍ତା ଓ ପୂର୍ବତନ ସରପଞ୍ଚ ବିରୁପାକ୍ଷ୍ୟ ମହାପାତ୍ର ଇତ୍ୟାଦି ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରିଥିଲେ l କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସଂସ୍ଥା ଯଥା LPG, ନାବାର୍ଡ, ବିଭିନ୍ନ ରାଷ୍ଟ୍ରୟତ୍ତ ବ୍ୟାଙ୍କ ର କର୍ମଚାରି ମାନେ ଉପସ୍ଥିତ ହୋଇ ଲୋକ ମାନଂକୁ ସଚେତନ କରାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ରେ ଗେଙ୍ଗୁଟି ସରପଞ୍ଚ ମଞ୍ଜୁଲତା ଆଚାର୍ଯ୍ୟ, ବିଷ୍ନୁପ୍ରିୟା ମହାପାତ୍ର, ଉମାକାନ୍ତ ଗୋଛାୟତ, ଖାନନଗର ସରପଞ୍ଚ ଅଞ୍ଜନ କୁମାର ନାୟକ, ସମିତି ସଭ୍ୟ ରଶ୍ମିରାଣୀ ଦାସ, ନାଏବ ସରପଞ୍ଚ ସନ୍ଧ୍ୟା ରାଣୀ ସେଠି, ଲିପି ସିଂ, ଗଜେନ୍ଦ୍ର ମଲ୍ଲିକ, ଭାରତୀ ପୁହାଣ, ପ୍ରଦୀପ ଦାସ ଏବଂ ଦୁଇଟି ପଂଚାୟତ ର ଅଙ୍ଗନ ବାଡ଼ି ଦିଦି, ଆଶାଦିଦି, ସ୍ୱୟଂସାହାୟିକା ଗୋଷ୍ଠୀ ର ମହିଳା ମାନେ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ, ଚାଷୀ ଓ ଉଜ୍ଜଳା ଦିଦି ମାନେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l