କାର୍ତ୍ତିକ ପରେ ସୁଦ୍ଧା ପରିଵା ଦର ଆକାଶଛୁଆଁ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସାଧାରଣତଃ କାର୍ତ୍ତିକ ମାସ ସମୟରେ ପନିପରିବା ଦର ଆକାଶଛୁଆଁ ହୋଇଥାଏ।କାର୍ତ୍ତିକ ଧର୍ମ ମାସ ହୋଇଥିବା ବେଳେ ଏହି ସମୟରେ ପ୍ରାୟତଃ ସମସ୍ତେ ସାତ୍ଵିକ ଆହର କରିଥାନ୍ତି। ତା ଛଡା ଏହି ସମୟରେ ଵାଡି ବଗିଚାରୁ ଶୀତ ଦୀନିଆ ପନିପରିବା ମଧ ସ୍ଵଳ୍ପ ଆକାରରେ ବାହାରିଥାଏ। ତେଣୁ ବିଭିନ୍ନ ଵଜାର ହାଟରେ ପରିବା ମୂଲ୍ୟ ବୃଦ୍ଧି ହେବା ସ୍ଵାଭାବିକ ହୋଇଥାଏ। ସଂପ୍ରତି କାର୍ତ୍ତିକ ଯାଇ ମାର୍ଗଶିର ଶେଷ ହେବାକୁ ବସିଲାଣି ହେଲେ ଦର କିନ୍ତୁ ଅପରିବର୍ତ୍ତିତ ରହିଛି। ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମ୍ୟ ବଜାରରେ ପରିବା ଦର ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ କମିବା ନା ଧରୁନି। ଯାହା ଫଳରେ ସାଧାରଣ ଗ୍ରାହକ ପକ୍ଷେ ଦୈନିକ ପନିପରିବା କ୍ରୟ କରିଵା କଷ୍ଟକର ହୋଇପଡୁଛି। ବ୍ଲକ ଅଧିନ ଵାରିକପୁର, ମଞ୍ଜୁରୀ ରୋଡ, ଆଖୁଆପଦା, ସରସଦା, ମାଳଦା,ପଟାପୋଲ, ମଞ୍ଜୁରୀ,ଛତାଵର ପ୍ରମୁଖ ଗ୍ରାମ୍ୟ ବଜାର ଗୁଡିକରେ ମୂଲ୍ୟ ପ୍ରାୟତଃ ସମାନ ରହୁଥିବା ଦେଖାଯାଇଛି। ବଜାର ଗୁଡିକରେ ପୋଟଳ, ଟମାଟୋ, ବାଇଗଣ,କଲରା,କାକୁଡି,ସିମ୍ଵ, ଭେଣ୍ଡି, ଜହ୍ନି, ଝୁଡୁଙ୍ଗ କିଲୋ ପ୍ରତି ୪୦ରୁ୫୦ଟଙ୍କା ରହିଛି।ସେହିଭଳି ମଟର ଛୁଇଁ କିଲୋ ୧୦୦ ରହିଥିବା ବେଳେ ଵିମସ ମଧ୍ୟ ୬୦ରୁ ୭୦ଟଙ୍କା ଯାଏଁ ବିକ୍ରି ହେଉଛି। ଫୁଲ ଓ ବନ୍ଧା କୋବି ମୂଲ୍ୟ ମଧ୍ୟ ଉଚ୍ଚା ରହିଛି। ବିଭିନ୍ନ ପାଳ ବାଡିରୁ ଚାଷୀ ମାନେ ବର୍ତ୍ତମାନ ପ୍ରଚୁର ପରିମାଣରେ ପନିପରିବା ଚୋଳି ବଡ଼ ବଡ଼ ବଜାରରେ ବିକ୍ରି କରୁଛନ୍ତି। ଏହା ସତ୍ତ୍ଵେ କିଛି ମୁନାଫା ଖୋର ବଡ ବେପାରୀଙ୍କ ଯୋଗୁଁ ପରିବା ମୂଲ୍ୟ ବୃଦ୍ଧି ହେଉଥିବା ଜଣାପଡିଛି।ତେଣୁ ଗ୍ରାମ୍ଯ ବଜାର ସ୍ଥିତ କ୍ଷୁଦ୍ର ଵ୍ୟଵସାୟୀ କ୍ଷତି ସହିବାକୁ ବାଧ୍ୟ ହେଉଥିବା ବେଳେ ସାଧାରଣ ଗ୍ରାହକ ଟିଏ ମୂଲ୍ୟ ବୃଦ୍ଧି ପାଇଁ ହନ୍ତସନ୍ତ ହେଉଛି।


