ମୋଦି ସରକାରଙ୍କ ୯ ବର୍ଷ ପୁର୍ତ୍ତି ଅବସରରେ ଓ ମହା ଜନସମ୍ପର୍କ ଅଭିଯାନର ପ୍ରେସ୍ ବାର୍ତା

ବାଲେଶ୍ୱର, (ସରୋଜ ପଣ୍ଡା):ଗତ ୯ ବର୍ଷ ହେଉଛି ଭାରତବର୍ଷ ପାଇଁ “ନବନିର୍ମାଣ” ଏବଂ “ଗରୀବ କଲ୍ୟାଣ” ର ୯ ବର୍ଷ । ଏକବିଂଶ ଶତାବ୍ଦୀ ହେଉଛି ଭାରତବର୍ଷର ବୋଲି ଆଜି ସମଗ୍ର ବିଶ୍ୱ କହୁଛି । ଗତ ୯ ବର୍ଷ ଭିତରେ ଭାରତବର୍ଷ ‘ପଲିସି ପାରାଲିସିସ୍’ ରୁ ‘ଡିସାଇସିଭ୍ (ନିର୍ଣ୍ଣାୟକ) ପଲିସି’ ଏବଂ ଅର୍ଥନୀତିରେ ‘ଦୁର୍ବଳ ୫ ରୁ ଶ୍ରେଷ୍ଠ ୫’ କୁ ଯାତ୍ରା କରିଛି । ଗତ ୯ ବର୍ଷ ଭିତରେ ଭାରତବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ଦଳର “ଆମ ପରିବାର, ଆମ ବିକାଶ” କୁ ପରିତ୍ୟାଗ କରି ସବକା ସାଥ, ସବକା ବିକାଶର କାହାଣୀ ଲେଖିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜାତିବାଦ, ପରିବାରବାଦ, ଭ୍ରଷ୍ଟାଚାର ଏବଂ ତୁଷ୍ଟିକରଣ ରାଜନୀତିକୁ ଅନ୍ତ କରି ବିକାଶବାଦ୍ ରାଜନୀତିର ପ୍ରତିଷ୍ଠା କରିଛନ୍ତି ।ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କ ନିର୍ଦେଶକ୍ରମେ ଗତ ମେ ୩୧ ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଆଜମେର ଠାରେ ଏକ ମହାରାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାରାଲିର ଆୟୋଜନ କରାଯିବ । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ । ଏହି କ୍ରମରେ ଓଡିଶାରେ ୪ ଟି ମହାସଭା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ । ଏଥି ସହ ରାଜ୍ୟରେ ୧୦୦୦ ରୁ ଉଦ୍ଧ୍ୱର୍ ଜନସଭା ଅନୁଷ୍ଠିତ ହେବ । ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ପାଇଁ ଜିଲ୍ଲାର ସମସ୍ତ ୧୮୮୭ ବୁଥର ୬୦୦୦୦ ପରିବାରକୁ ଆମର ୭୫୫୦୦ କାର୍ଯ୍ୟକର୍ତା ଭେଟି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ।ରାଜ୍ୟରେ ମହା ଜନସମ୍ପର୍କ ଅଭିଯାନକୁ ସଫଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି । ୯ ବର୍ଷର ସଫଳତାକୁ ନେଇ ପାର୍ଟୀ ତରଫରୁ ଏକ ଓ୍ବେବବସାଇଟ 9yearsofseva.bjp.org ଲଞ୍ଚ କରାଯାଇଛି । ଜନସଂପର୍କ ଏବଂ ଜନତାଙ୍କ ଠାରୁ ସମର୍ଥନ ପାଇଁ ଭାରତୀୟ ଜନତା ପାର୍ଟୀ ଏକ ମିସ୍ କଲ୍ ନମ୍ବର 9090902024 ଲଞ୍ଚ କରିଛି । ଘର କୁ ଘର ସମ୍ପର୍କ କରିବା ଅବସରରେ ସମସ୍ତ ନେତୃବୃନ୍ଦ ଘର କୁ ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡି଼ବେ । ଅଭିଯାନ ଅବସରରେ ୨୧ ଜୁନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ । ଜୁନ୍ ୨୩ ତାରିଖ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥି ଦିବସରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ରାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥ୍ ରେ ସମର୍ଥକ, ସମାଜରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ପାର୍ଟି କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ କଥାବାର୍ତା ଓ ସମ୍ପର୍କ କରିବେ ।ଅତୀତରେ ଯୋଜନା ଗୁଡିକ କେବଳ କାଗଜ କଲମରେ ସୀମିତ ଥିଲା ଏବଂ ଧୁଳି ବସିଯାଉଥିଲା । ଆଜି ଗୋଟିଏ କାର୍ଯ୍ୟକାଳରେ ଯୋଜନା ପ୍ରସ୍ତୁତ କରାଯାଉଛି ଏବଂ ବାସ୍ତବ ରୂପ ମଧ୍ୟ ଦିଆଯାଉଛି । ଉଭୟ ଶିଳାନ୍ୟାସ ଏବଂ ଉଦ୍ଘାଟନ ଗୋଟିଏ କାର୍ଯ୍ୟକାଳ ଭିତରେ ସମାପ୍ତ ହେଉଛି । ଅତୀତରେ ଗରୀବ ଲୋକଙ୍କୁ ପଠାଯାଉଥିବା ୧ ଟଙ୍କାରୁ ତାକୁ କେବଳ ମାତ୍ର ୧୪ ପଇସା ମିଳୁଥିଲା । ଆଜି ନରେନ୍ଦ୍ର ମୋଦି ସରକାରରେ ୧୦୦ ଟଙ୍କା ପଠାଇଲେ ୧୦୦ ଟଙ୍କା ପହଞ୍ଚୁଛି । ଗରୀବଙ୍କ ୮୬ ପଇସାକୁ ଖାଇ ଯାଉଥିବା ଅର୍ଥ ବ୍ୟବସ୍ଥାରୁ ବାହାର କରି ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ଭ୍ରଷ୍ଟାଚାର ମୁକ୍ତ କରିଛନ୍ତି । ଗତ ୯ ବର୍ଷରେ ଭାରତବର୍ଷ ଦାସତ୍ୱର ବନ୍ଧନକୁ ଭାଙ୍ଗି ଦେଇଛି । ରାଜପଥ ବର୍ତମାନ କର୍ତବ୍ୟପଥ; ରେସ କୋର୍ସ ରୋଡ ବର୍ତମାନ ଲୋକ କଲ୍ୟାଣ ମାର୍ଗ ହୋଇଛି । ପ୍ରଧାନସେବକ ଭାବେ ପ୍ରଧାନମନ୍ତ୍ରୀ ଜନତା ଜନାର୍ଦ୍ଦନଙ୍କ ସେବା କରୁଛନ୍ତି । ଧାରା ୩୭୦ ଧରାଶାୟୀ ହୋଇଛି । ଟ୍ରିପଲ ତଲାକ୍ ଭଳି କୁପ୍ରଥାର ଅନ୍ତ ଘଟିଛି । ଆତଙ୍କବାଦ ଉପରେ ସର୍ଜିକାଲ ଷ୍ଟ୍ରାଇକ ହୋଇଛି, ଏୟାର ଷ୍ଟ୍ରାଇକ ହୋଇଛି । ଅଯୋଧ୍ୟାରେ ଶ୍ରୀ ରାମଜନ୍ମଭୁମିରେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ତୀବ୍ର ଗତିରେ ଆଗେଇ ଚାଲିଛି ।
ସେହିପରି ଜିଲ୍ଲାରେ :-
୨୦୧୪ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାତ୍ର ୧୭୦୦୦ ଘର ବାଲେଶ୍ୱରକୁ ମିଳିଥିଲା କିନ୍ତୁ ମୋଦିଜୀଙ୍କ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଲେଶ୍ୱର ବାସୀଙ୍କୁ ୨୧୨୦୦୦ ଘର ମିଳିଛି।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧିରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଉପକୃତ ହୋଇଛନ୍ତି।
ଦୁଇଟି ରେଳଗାଡ଼ି, ଜଳେଶ୍ଵର – ପୁରୀ ଓ ବାଲେଶ୍ଵର ଭୁବନେଶ୍ୱର ମଧ୍ୟରେ ଚଳାଚଳ ହୋଇଛି।
ନିଳଗିରିରୁ ପୁରୀ ଓ ହାଓଡ଼ା ମଧ୍ୟରେ ରେଳ ଚଳାଚଳ ପାଇଁ ପ୍ରସ୍ତୁତ ହୋଇ ରହିଛି।
ବାଲେଶ୍ଵର ଓ ଜଳେଶ୍ଵର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ଅତ୍ୟାଧୁନିକ ଷ୍ଟେସନରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ।
ତୃତୀୟ ରେଳ ଲାଇନର କାର୍ଯ୍ୟ ଅଗ୍ରଗତିରେ ଚାଲିଛି।
ଟୁଲ ରୁମ୍ ଏକ୍ସଟେନସନ ସଫଳତାର ସହିତ କାର୍ଯ୍ୟକ୍ଷମ ହୋଇଛି।
ନିଳଗିରି ରୁ ଝରଣାଘାଟି ରାଜପଥ ଓ ବାଲେଶ୍ଵର ରୁ ଖଡ଼ଗପୁର ଜାତୀୟ ରାଜପଥ ୬୦ର ୬ ଲେନ୍ ପ୍ରସସ୍ତିକରଣ।
ବାହାବଳପୁର ଠାରେ ସମୁଦ୍ରରେ ମାଛଚାଷ।
ବାଙ୍କତୀରା ଜଳସେଚନ ପ୍ରକଳ୍ପ ପାଇଁ ୧୮୦ କୋଟି ଟଙ୍କା ମଞ୍ଜୁର।
ହଳଦିପଦା ରୁ ଭୋଗରାଇ ଭାୟା ବାଲିଆପାଳ ରାସ୍ତା ପାଇଁ ୧୮୭ କୋଟି ଟଙ୍କା ମଞ୍ଜୁର ହୋଇ କାମ ଆଗେଇ ଚାଲିଛି।
ମୁଖ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ।
ନହରପାଟଣା ଛକରେ ବିନୋଦନ ପାର୍କ।
ବାଲେଶ୍ଵରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର ଶାଖା।
୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ ପାଇଁ ସ୍ଥାନ ନିରୂପଣ।
ଜଳେଶ୍ଵର ଠାରୁ ଆରମ୍ଭ କରି ମାର୍କୋଣା ପର୍ଯ୍ୟନ୍ତ ରେଳ ଷ୍ଟେସନର ନବୀକରଣ।
୫୨ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଛି ହାଇଜେନିକ୍ ଫିସ୍ ମାର୍କେଟ, ନିକଟରେ ଯାହାର ଟେଣ୍ଡର ପ୍ରକ୍ରିୟା ସରିଛି
ଆଜିର ଭାରତବର୍ଷ ଐତିହ୍ୟ ସହିତ ବିକାଶ କରୁଥିବା ଭାରତବର୍ଷ ଅଟେ । ଆଜି ଭାରତର ବିକାଶରେ ଗତି, ପ୍ରଗତି, ଶକ୍ତି, ସୁରକ୍ଷା ଓ ସଂଯମତା ଅଛି । ଏହା ହେଉଛି ନୂତନ ଭାରତ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ଭାରତ, ମିଶନ ଇଣ୍ଡିଆ ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ଭାରତବର୍ଷ ।
ଓଡ଼ିଆ ପ୍ରଦେଶର ସହପ୍ରଭାରୀ ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂ ତୋମରଜୀ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, କାର୍ଯ୍ୟକ୍ରମର ରାଜ୍ୟ ସହ-ସଂଯୋଜକ ବିଷ୍ଣୁ ଦାସ, ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ମଞ୍ଚାସୀନ ଥିଲେ। ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମା ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଉପସଭାପତି କମଳା ବିନ୍ଧାଣୀ, କମଲଲୋଚନ ଦାସ ଓ ସାବିତ୍ରୀ ଜେନା, ଜିଲ୍ଲା ସମ୍ପାଦକ ବିଜୟ ସାହୁ ଉପସ୍ଥିତ ଥିଲେ। ଜିଲ୍ଲା ଗଣମାଧ୍ୟମ ସହସଂଯୋଜକ ରଞ୍ଜିତ ପୁଷ୍ଟି ଓ ଅନୀଲ ମହାନ୍ତି ଗଣମାଧ୍ୟମ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ