ମୋଦୀଙ୍କ ଠାରେ ୩ ଦାବି କଲେ ନବୀନ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଠାରେ ୩ଟି ଦାବି ରଖିଛନ୍ତି ।
ରାଜ୍ୟ ବାହାରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ଯତ୍ନ ପାଇଁ ନବୀନ ପଟ୍ଟନାୟକ ସମ୍ପୃକ୍ତ ରାଜ୍ୟଙ୍କ ଠାରେ ଦାବି କରିଛନ୍ତି । ଫସିଥିବା ଲୋକେ କିପରି ସହଜରେ ଘରକୁ ଆସିପାରିବେ ସେନେଇ ଏସଓପି ପାଇଁ ନବୀନ ଦାବି କରିଛନ୍ତି । ଛାତ୍ର, ଶ୍ରମିକ ଓ ତୀର୍ଥଯାତ୍ରୀଙ୍କ ସହଜ ଫେରିବା ଲାଗି ନବୀନ ଏସଓପି ଦାବି କରିଛନ୍ତି । ଜାତୀୟସ୍ତରରେ ଏକ ଏସଓପି କରିବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏହାଛଡ଼ା ନମୁନା ପରୀକ୍ଷଣ ବ୍ୟବସ୍ଥା ବଢାଇବାକୁ ମଧ୍ୟ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। କରୋନା ଭୂତାଣୁକୁ ନେଇ ଦେଶ ଏବଂ ରାଜ୍ୟଗୁଡ଼ିକରେ ସୃଷ୍ଟି ହୋଇଥିବା ସ୍ଥିତି, ଲକଡାଉନ ଏବଂ କରୋନା ମୁକାବିଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅଧିକାଂଶ ରାଜ୍ୟ ଲକଡାଉନ ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ କହିଥିଲେ ସମସ୍ତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସାମୁହିକ ପ୍ରୟାସର ଲାଭ ଦେଖିବାକୁ ମିଳୁଛି। ଲକଡାଉନ ଯୋଗୁ ଆମକୁ ସୁଫଳ ମିଳୁଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ଭଲ ସ୍ଥିତିରେ ରହିଛି ବୋଲି ମୋଦୀ କହିଥିଲେ।
ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଲକଡାଉନ ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କର ଏହା ୪ର୍ଥ ଆଲୋଚନା ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ