ମୋଦୀ ସରକାରଙ୍କ ୮ବର୍ଷ ପୁର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ) :-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ୮ବର୍ଷ ପୁର୍ତ୍ତୀ ଉପଲେକ୍ଷେ ଆୟୋଜିତ ହେବାକୁ ଥିବା ବହୁବିଧ କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ଆଲୋକ ସେଠୀଙ୍କ ସଂଯୋଜନାରେ ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ନଦୀ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ବରିଷ୍ଠ  ମହେଶ୍ୱର ସାହୁ, ବିଜେପି ନେତା ରାମଚନ୍ଦ୍ର ସାହୁ, ବିଜୟ ରାଉତ, ନିରାକାର ଦଳେଇ, ଜିଲ୍ଲା ସାଧାରଣ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ଆଠବର୍ଷ  ପୁର୍ତ୍ତି ଅବସରରେ ପାଳନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ମେ ୩୦ରୁ ଜୁନ ୧୫ଯାଏ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସଂଯୋଜକ ଚୟନ କରାଯାିଥିଲା । ବିଜୟ ରାଉତ, ସୁକାନ୍ତ ଯେନା, ଆଲୋକ ଦାସ, କୈଳାଶ ସାମଲ, ଅଧର ବେହେରା, ରାମଚନ୍ଦ୍ର ସାହୁ, ଟୁକୁନା ମହାନ୍ତ, ଧନେଶ୍ୱର ରାଉତ, ହରେକୃଷ୍ଣ ପାତ୍ର, ଦିପ୍ତୀମୟୀ ଖୁଣ୍ଟିଆ, ପ୍ରହ୍ଲାଦ ନାୟକ, ପ୍ରଫୁଲ ନାୟକ, ସନ୍ତୋଷ ପରିଡା ପ୍ରମୁଖଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଥିବାବେଳେ ସମସ୍ତ କାର୍ଯ୍ୟକ୍ରମର ପ୍ରଭାରୀ ଭାବେ ମହେଶ୍ୱର ସାହୁ, ବିଧାନସଭା ସଂଯୋଜକ ଭାବେ ସମ୍ବିତ ଦାସ ଓ ହରମୋହନ ଶାସିନିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ବିଜେପିର ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ