‘ମୋନା’ପକ୍ଷରୁ‘ବିଶ୍ୱ ତମାଖୁ ବର୍ଜନ ଦିବସ’

ବାଲେଶ୍ୱର, (ସରୋଜ ପଣ୍ଡା):‘ମିଳିତ ନିଶା ନିବାରଣ ଅଭିଯାନ (ମନା)’ ପକ୍ଷରୁ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ସହରର ସିଦ୍ଧି ବିନାୟକ ପବ୍ଲିକ ସ୍କୁଲଠାରେ ପାଳିତ ହୋଇଯାଇଛି । ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫକୀରମୋହନ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ଡ. ଦିଲୀପ ଘୋଷ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ‘ମନା’ର ପ୍ରୟାସକୁ ପ୍ରଶଂସା ସହିତ ନିଶା ବିରୋଧି ସଚେତନତା କାର୍ଯ୍ୟକ୍ରମକୁ ଯୁବପିଢ଼ିଙ୍କ ଠାରେ ପହଂଚାଇବାବୁ ଆହ୍ୱାନ ଦେଇଥିଲେ । ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍‌ପିଟାଲର ଇ.ଏନ୍‌.ଟି. ବିଭାଗର ଏସୋସିଏଟ ପ୍ରଫେସର ଡାକ୍ତର ସୁନୀଲ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ ବୋଲି କହିଥିଲେ । କ୍ୟାନସର ଭଳି ଦୁରାରୋଗରୁ ବର୍ତ୍ତିବା ପାଇଁ ତମାଖୁ ସେବନ ଠାରୁ ଦୂରେଇ ରହିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଉପଦେଷ୍ଟା ସୁବ୍ରତ କର ଏଥିରେ ଉପସ୍ଥିତ ରହି ନିଶାର ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ । ସିଦ୍ଧ ବିନାୟକ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପରିବାର ଓ ସମାଜକୁ ନିଶା କବଳରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଭାରତରେ ୭୩ ପ୍ରତିଶତ ଲୋକ ତମାଖୁ ସେବନ କରୁଥିବା ବେଳେ ପୃଥିବୀରେ ତମାଖୁ ସେବନ ହାରରେ ଭାରତ ସର୍ବାଗ୍ରେ ଥିବା ବେଳେ ଓଡ଼ିଶାରେ ମଦ୍ୟପାନ ହାର ଜାତୀୟ ହାରଠୁ ଅଧିକ ଥିବାରୁ ଏହି କାର୍ଯ୍ୟକ୍ରମରେ ସାଧାରଣ ମାନାର ସଂପାଦିକା ମମତା ମହାପାତ ଉଦ୍‌ବେଗ ପ୍ରକାଶ କରିଥିଲେ । ଏ ବର୍ଷର ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର ଆହ୍ୱାନ ‘ଆମକୁ ନିଶା ନୁହେଁ, ଖାଦ୍ୟ ଦିଅ’ଉପରେ ସଚେତନତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଅର୍ଚ୍ଚନା ନନ୍ଦୀ, ଉତ୍ତର ବାଲେଶ୍ୱରର ସଂଯୋଜକ ସୁକୁମାର ରଣା, ପଦ୍ମଲୋଚନ ଦତ୍ତ, ସିଦ୍ଧ ବିନାୟକ ପବ୍ଲିକ ସ୍କୁଲ ଛାତ୍ର ଉଜ୍ଜ୍ୱଳ କୁମାର ସାହୁ ଓ ଛାତ୍ରୀ ଅନୁଷ୍କା ପାଣିଗ୍ରାହୀ ନିଶା ବିରୋଧରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପରିଡ଼ା, ଗଙ୍ଗାଧର ପୃଷ୍ଟି, ଗୀତାଞ୍ଜଳି ସିଂହ, କମଳାକାନ୍ତ ଦାଶ, ଯୋଗେଶ ପ୍ରଧାନ, ରବି ନାରାୟଣ ଭୋଳ, ପୂଜାଞ୍ଜଳି ସାହୁ, ପ୍ରଶାନ୍ତି ସାହୁ, ସରସ୍ୱତୀ ପଣ୍ଡା, ସ୍ନେହଲତା ପତି, କ୍ରୀଷ୍ଣା ଶାହା, ସଂଯୁକ୍ତା ବେହେରା, କଲ୍ୟାଣୀ ନନ୍ଦ, ଲକ୍ଷ୍ମୀପ୍ରିୟା ଜେନା, ଅମୀତା ଚାନ୍ଦ, ପ୍ରସନ୍ନ କୁମାର ପାଢ଼ୀ, ରବି ପାଣିଗ୍ରାହୀ, ସନାତନ ଦାସ, ନିରଞ୍ଜନ ରାଉତ, ଦୀନେଶ ଶାହା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ବେଣୁଧର ସାହୁ, ଅଜିତ୍ କୁମାର ବରାଳ, ପୂର୍ଣ୍ଣଚନ୍ଦ୍ର ବେହେରା,ବସନ୍ତ ପ୍ରଧାନ, କିଶୋର ରାଉତ ଓ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ମଂଚ ଆହ୍ୱାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଉପ-ସଭାପତି ଡ. କ୍ଷିତୀଶ୍ୱର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ