‘ମୋନା’ର ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)’, ବାଲେଶ୍ୱର ଶାଖାର ମାସିକିଆ ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଭାରତରତ୍ନ ଲତାମଙ୍ଗେସକରଙ୍କ ବିୟୋଗରେ ଦିବଂଗତ ଆତ୍ମାର ସଦ୍‌ଗତି କାମନା ସହ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସଭ୍ୟମାନେ ତାଙ୍କର ଅଲୌକିକ ସ୍ୱରସାଧନା ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ । ପଞ୍ଚାୟତ ନିର୍ବାଚନରେ ସରକାର ମଦ ବିକ୍ରିକୁ ଅନ୍ୟୁନ ସାତଦିନ ପୂର୍ବରୁ ବନ୍ଦ ପାଇଁ ନିବେଦନ କରାଯିବାକୁ ଏହି ବୈଠକରେ ସ୍ଥିର ହୋଇଛି । ଏଥି ସହ ମୋନାର ସଦସ୍ୟ/ସଦସ୍ୟାମାନେ ନିଶା କାରବାର ବନ୍ଦ ଇସ୍ତାହାର ନେଇ ଲଢ଼ୁଥିବା ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିବେଦନ କରାଯାଇଥିଲା । ସାଧାରଣ ସମ୍ପାଦିକା ମମତା ମହାପାତ୍ର ଗତ ବୈଠକର ବିବରଣୀ ପାଠ କରିବା ସହ ସରକାରୀ ହସପିଟାଲରେ ସରକାରୀ ସ୍ୱୀକୃତ ‘ନିଶାନିବାରଣ କେନ୍ଦ୍ର’ ଖୋଲାଯିବାକୁ ପ୍ରସ୍ତାବ ରଖିଥିଲେ । ଉପଦେଷ୍ଟା ସୁବ୍ରତ କର, ଡ.କ୍ଷିତୀଶ୍ୱର ଦାଶ, ଭୂପତିଭୂଷଣ ଦାସ, ସନାତନ ଦାସ, ବେଣୁଧର ସାହୁ, ଗୀତାଞ୍ଜଳି ସିଂହ, ପୂର୍ଣ୍ଣଚନ୍ଦ୍ର ବେହେରା, ରମେଶଚନ୍ଦ୍ର ଜେନା, ଅନନ୍ତ କୁମାର ସିଂହ, ଯୋଗେଶ ଚନ୍ଦ୍ର ପ୍ରଧାନ, ଡା. ତାରାକାନ୍ତ ନନ୍ଦ, ନିରଞ୍ଜନ ରାଉତ, ଶଶାଙ୍କ ଶେଖର ଦତ, ପ୍ରଫୁଲ କୁମାର ଦାସ, ସୀତାରାମ ପ୍ରଧାନ, ନିରଞ୍ଜନ ରାଉତ, ପ୍ରସନ୍ନ ପାଢ଼ୀ, କମଳାକାନ୍ତ ଦାଶ, ଗୟାଧର କର, ପଦ୍ମଲୋଚନ ମହାନ୍ତି, ନିରଞ୍ଜନ ପରିଡ଼ା, ଜ୍ଞାନରଞ୍ଜନ ମିଶ୍ର ଓ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବୀରେନ୍ଦ୍ର ନାରାୟଣ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ