ମୋନାଲିସା ସାହିତ୍ୟ ସଂସଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା

ପାରାଦ୍ୱୀପ, (ପାରାଦ୍ୱୀପର):ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୋନାଲିସା ସାହିତ୍ୟ ସଂସଦ ତରଫରୁ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତ ମାନ୍ୟତା ପାଇଥିବାରୁ ଖୁସିବ୍ୟକ୍ତ କରାଯାଇଛି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ଏହି ମହାନ ସଂଗୀତକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ସଂଗୀତର ମାନ୍ୟତା ଦେଇଥିବାରୁ ତାଙ୍କୁ ସାମୁହିକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି । ଏହି ନିଷ୍ପତ୍ତି ସମସ୍ତ ଓଡିଆ ଜାତି ପାଇଁ ଏକ ଗୌରବର ବିଷୟ । ଗୋଟିଏ ସଂଗୀତ ସମଗ୍ର ଓଡିଶାର ଏକ ସମୟରେ ଗାନ କରାଯିବ ଯାହାକି ଏକତାର ପ୍ରତୀକ ହେବା ସହ ଭାଇଚାରା ମାଧ୍ୟମ ହେବ । ଏଭଳି ଏକ ଶୁଭ ଅବସରରେ ସଂସଦର ସଭାପତି ଇଂ ସୁଧାକର ମନ୍ତ୍ରୀ, ସଂପାଦିକା -ସଂଘମିତ୍ରା ସ୍ୱାଇଁ, କବି ପୀତାମ୍ବର ତରାଇ, ସ୍ତମ୍ଭକାର ଅକ୍ଷୟ କୁମାର ରାଉତ, ଅନନ୍ତ କୁମାର ଦାସ, ପ୍ରଶାନ୍ତ କୁମାର ରାଉତ, ରମେଶ ଚନ୍ଦ୍ର ବାରିହା, ଚୌଧୁରୀ ବିନୋଦ କୁମାର, ଧୃବ ଚରଣ ମହାପାତ୍ର, ଗୋଲାପରାଣୀ ସାହୁ, ବିଜୟ କୁମାର ନାୟକ, କୌଶଲ୍ୟା ମହାନ୍ତି, ଉର୍ମିଲା ମହାନ୍ତି, ମିନର୍ଭା ସ୍ୱାଇଁ, ନିହାରୀବାଳା ବାରିକ, ପ୍ରେମଲତା ବାରିକ, ପ୍ରକାଶ ଚନ୍ଦ୍ର ଦାଶ, ହାରାମଣୀ ମହାପାତ୍ର, ପ୍ରମୁଖ କବି କବିୟତ୍ରୀ ଏହି ଅଭିନବ ସିଦ୍ଧାନ୍ତକୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ