‘ମୋନା’ ପକ୍ଷରୁ ‘ନୀତିନିଷ୍ଠ ନବକୃଷ୍ଣ’ପୁସ୍ତକ ଉନ୍ମୋଚିତ
ବାଲେଶ୍ୱର, (ସରୋଜ ପଣ୍ଡା) : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ପୁସ୍କକ ‘ନୀତିନିଷ୍ଠ ନବକୃଷ୍ଣ’ର ଲୋକାର୍ପଣ ଉତ୍ସବ ‘ଆତିଥ୍ୟ’ ସଭାଗୃହରେ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟଅତି ଥିଭାବେ ଯୋଗଦେଇ ନବକୃଷ୍ଣ ତାଙ୍କ ମା’ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ଓ ତାଙ୍କର କୃଷକ ଆନ୍ଦୋଳନ, ଭୂଦାନ ଆନ୍ଦୋଳନ, ଓଡ଼ିଆ ଭାଷା ସରକାରୀ କରିବା, ନିଶା ନିବାରଣ, ବାଜିରାଉତ ଛାତ୍ରାବାସ ଆଦି ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାର ଏହି ଆଦର୍ଶବାଦୀ ମହାନ ଜନନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଡ. ତ୍ରିପାଠୀ ସମସ୍ତଙ୍କୁଆହ୍ୱାନ ଦେଇଥିଲେ । ‘ମୋନା’ର ରାଜ୍ୟ ସଭାପତି ପଦ୍ମ ଚରଣ ନାୟକ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରରେ ସଂଗ୍ରାମୀ ବୀରଙ୍କ ଆତ୍ମବଳିଦାନ ପ୍ରତିଫଳିତ ନବକୃଷ୍ଣଙ୍କ ସଂଗ୍ରାମୀ ଜୀବନ ଏକ ବିରଳ ଦୃଷ୍ଟାନ୍ତ ବୋଲି ମତପ୍ରକାଶ କରିଥିଲେ । ବହୁ ଶ୍ରମ ସ୍ୱୀକାର କରି ତାଙ୍କ ଜୀବନାଦର୍ଶ ଉପରେ ଗବେଷଣାତ୍ମକ ପୁସ୍ତକ ସଂକଳନ କରିଥିବା ସେ ପ୍ରକାଶ କରିଥିଲେ । ବ୍ୟାପକ ମଦ କାରବାର ଯୋଗୁଁ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମଦ ବିରୋଧରେ ସଂଗ୍ରାମ କରିବାକୁ ବାଲେଶ୍ୱର ଜିଲା ଅଗ୍ରଣୀ ଭୂମିକା ନେଉ ବୋଲି ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଏହି ଅବସରରେ ‘ନୀତିନିଷ୍ଣ ନବକୃଷ୍ଣ’ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ । ଲୋକାର୍ପିତ ପୁସ୍ତକ ସଂକଳନରେ ମୁଖ୍ୟ ଭୂମିକା ନେଇଥିବା ଡ. ଶିରୀଶ ଚନ୍ଦ୍ର ଜେନା, ଡ. ହରିଶ୍ଚନ୍ଦ୍ର ବେହେରା, କବି ବିମଳ ଜେନା ଓ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ‘ମୋନା’ର ଉଦ୍ୟମକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଗୌରାଙ୍ଗ ପାଣିଗ୍ରାହୀ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିଥିଲେ । ସାଧାରଣ ସଂପାଦିକା ମମତା ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୋନା ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସମ୍ପାଦିତ ଏହି ପୁସ୍ତକ ଆଗାମୀ ପିଢ଼ିଙ୍କୁ ଦିଗଦର୍ଶନ ଦେବ ବୋଲି ଉପଦେଷ୍ଟା ସୁବ୍ରତ କର ମତବ୍ୟକ୍ତ କରିଥିଲେ । ପ୍ରଫୁଲ ଦାସ, ଗୀତାଞ୍ଜଳି ସିଂହ, ସ୍ମୃତି ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ତ୍ରିଦୀବ ନାୟକ, କ୍ରିଷ୍ଣା ସାହା ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ଡ. କେଶବ ଚରଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।