ମୋନା ପକ୍ଷରୁ ମଦ ବିରୋଧୀ ଗଣଧାରଣା

ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବୁଧବାର ବନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ(ମୋନା)ର କର୍ମକର୍ତ୍ତା ଓ ମଦମୁକ୍ତ ଯୁବ ଅଭିଯାନର ସଦସ୍ୟ ମାନଙ୍କ ଦ୍ୱାରା ଗଣଧାରଣା ଓ ପ୍ରତୀକ ଅନଶନ ଅନୁଷ୍ଠିତ ହୋଇଯାଇଛି । ବନ୍ତ ବ୍ଲକ ‘ମୋନା’ର କର୍ମକର୍ତ୍ତା ମାନେ ସକାଳ ୯ଟା ସମୟରେ ବ୍ଲକ ସମ୍ମୁଖରେ ଉପସ୍ଥିତ ହୋଇ ସରକାରଙ୍କ ମଦନୀତି ବିରୁଦ୍ଧରେ ପ୍ରତିବାଦ କରିବା ସହିତ ଗଣଧାରଣା ଓ ପ୍ରତୀକ ଅନଶନ କରିଥିଲେ । ଏଥିରେ ବନ୍ତ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମରେ ସୁରଜ କୁମାର ମହାନ୍ତି, ସାର୍ଥକ ବିଶ୍ୱାଳ, ଡାକ୍ତର ମୂରଲୀଧର ସୁତାର, ସମ୍ବିତ ପଣ୍ଡା, ସଂଜୟ କୁମାର ଜେନା, ଦିବ୍ୟଜ୍ୟୋତି ବିଶ୍ୱାଳ, ତ୍ରିଲୋଚନ ପଣ୍ଡା, ମିନାକ୍ଷୀ ନାୟକ, କଳ୍ପନା ପଣ୍ଡା, ଟୁନିଲତା ମହାପାତ୍ର, କାମିନୀ ଜେନା, ବକଟି ଜେନା ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ