ମୋବାଇଲ ନେଟ୍ୱାର୍କି ବ୍ୟବସାରେ ପ୍ରଲୋଭନ ଦେଖାଇ ମହିଳା ମାନଙ୍କ ଠାରୁ କୋଟି କୋଟି ଲୁଟ୍
ବାଲେଶ୍ୱର,୨୧/୮(ନି.ପ୍ର): ବାଲେଶ୍ୱର ଜିଲ୍ଲାରେ ଅର୍ଥ ଲାଳସାର ପ୍ରଲୋଭନ ଦେଖାଇ ମହିଳା ମାନଙ୍କ ଠାରୁ ବଡ ଧରଣର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ÷ଅନୁଯାୟୀ ଗତ ଦୁଇ ବର୍ଷ ତଳେ ଜି- ନେଟ୍ ଏଡୱର୍ଲ୍ଡ ନାମକ ମୋବାଇଲ ନେଟୱାର୍କ ବ୍ୟବସାୟରେ ମହିଳା ମାନଙ୍କୁ ସ୍ୱଳ୍ପ ଟଙ୍କା ଜମା କରି ଅଧିକ ଟଙ୍କା ରୋଜଗାରର ଆଶା ଦେଖାଇ ମହିଳାଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଟାଉନଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ସବ୍ନମ୍ ବିବି, ସ୍ୱାମୀ- ସେକ୍ ଇକବାଲ୍, ନପିସା ଅଫତର (୨୨), ପିତା- ସେଖ୍ ଅବଦୁଲ ରଫିକ୍ ଏକ ଏତଲା ଦାୟର କରିଛନ୍ତି । ସାଧରଣ ଗରିବ ଶ୍ରେଣୀର ମହିଳାମାନେ ଦୁଃଖ କଷ୍ଟରେ ନିଜର ଘର ଚଳାଉଥିବା ବେଳେ ସୁଏଲପୁର ନିବାସୀ ନଜିମା ବିବି, ସ୍ୱାମୀ- ବୁରହାନ୍ ନୋମାନି ଏବଂ ଅରଡ ବଜାର ନିବାସୀ ଲୁସୀ ବିବି, ସ୍ୱାମୀ- ମୁଖତାର ସାହି ଘରକୁ ଆସି ଜି-ନେଟ୍ ଏଡ୍ୱାର୍ଲ୍ଡ ମୋବାଇଲ ନେଟୱାର୍କିଂ ମାଧ୍ୟମରେ ୧୨ ହଜାର ଟଙ୍କା ଜମା ରାଶି ରଖିଲେ ଦିନକୁ ୧୦୦ ଟଙ୍କା ଲେଖାଏଁ ମାସକୁ ୩ ହଜାର ଟଙ୍କା ରୋଜଗାର କରି ପାରିବେ ବୋଲି ପ୍ରଲୋଭନ ଦେଖାଇ ସେଥିରେ ଟଙ୍କା ବିନିଯୋଗ କରିବା ପାଇଁ କହିଥିଲେ । ସାଧାରଣତଃ ବେରୋଜଗାର ଯୁବତୀ ହୋଇଥିବାରୁ କିଛି ରୋଜଗାର କରିବା ଉଦ୍ଦେଶ୍ୟରେ ତାଙ୍କ କଥା ମାନି କମ୍ପାନୀରୁ ଆଇ.ଡି ଖୋଲିଥିଲୁ । କିଛି ଅସୁବିଧା ହେବ ନାହିଁ ଏବଂ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କମ୍ପାନୀ କହି ବିଶ୍ୱାସ ଯୋଗଇଥିଲେ । ତାଙ୍କ ଉପରେ ଭରଷା କରି ଏହି ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଟଙ୍କା ଦେଇଥିଲୁ । ଏବଂ ପ୍ରତ୍ୟେକ ଆଇ.ଡି ପିଛା ୧୨ ହଜାର ଟଙ୍କା ଲେଖାଏଁ ନଗଦ ରାଶି ହାତାହାତି ନଜିମା ଖାତୁନକୁ ଦେଇଥିଲୁ । ତା ସହିତ ଆମ୍ଭର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦେଇଥିଲୁ । ସପ୍ତାହ ପରେ ସେମାନେ ମୋବାଇଲକୁ କିଛି ଜି-ନେଟ୍ର ଫଟୋ ପଠାଇଥଲେ । ଏହି ଟଙ୍କା ନେବା ସମୟରେ ନଜିମା ଖାତୁନଙ୍କ ସହ ତାଙ୍କ ସ୍ୱାମୀ ବୁରହାନ୍ ନୋମାମି ମଧ୍ୟ ଆସିଥିଲେ । ଟଙ୍କା ଦେବା ପରେ ତୁରନ୍ତ କମ୍ପାନୀ ପକ୍ଷରୁ ମେସେଜ୍ ନମିଳିବା ସହ ଦୈନିକ ଅର୍ଥରାଶି ନମିଳିବା କାରଣରୁ ନଜିମା ଖତୁନକୁ ପଚରାଉଚୁରା କରିବା ପରେ କମ୍ପାନୀର କିଛି ଅସୁବିଧା ଚାଲିଛି, ଆରମ୍ଭ ହେବାକୁ ମାସେ ଦୁଇ ମାସ ଲାଗିବ ବୋଲି ସେ ଆମ୍ଭଙ୍କୁ ଜଣାଇଥିଲେ । ଅପେକ୍ଷାର ସମୟସୀମା ପାରି ହୋଇଯାଇଥିଲେ ମଧ୍ୟ ମୋବାଇଲରେ ହଠାତ୍ ଫଟୋଗୁଡିକ ଅଦୃଶ୍ୟ ହୋଇଯିବାରୁ ତାଙ୍କ ଘରକୁ ପଚାରିବାକୁ ଯାଇଥିଲୁ । ମାତ୍ର ସେ ଆମ୍ଭମାନଙ୍କୁ କ’ଣ ଟଙ୍କା କ’ଣ ଜି-ନେଟ୍ କହି ଗାଳିଗୁଲଜ କରି ବାହାରକୁ ତଡି ଦେଇଥିଲେ । ଦ୍ୱିତୀୟ ଥର ତାଙ୍କ ପାଖକୁ ପୁନର୍ବାର ଯାଇ ଟଙ୍କା ଫେରସ୍ତ କରିଦେବାକୁ ପଚାରିବା ପରେ ଯା ଆମ୍ଭେ କିଛି ଟଙ୍କା ଦେବୁ ନାହିଁ, କ’ଣ କରିପାରିବ କର । ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଆମ୍ଭମାନଙ୍କ ପାଖରୁ ଠକି ନେଇଥିବା ଟଙ୍କା ଫେରସ୍ତ ପାଇବା ପାଇଁ ଥାନା ଅଧିକାରୀଙ୍କୁ ଅନୁରୋଧ କରିବା ସହ ଉକ୍ତ ଘଟଣାର ତଦନ୍ତ କରି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଶାବନ୍ଧି ରହିଛୁ । ଏହି ସାମ୍ବାଦିକ ସମ୍ମିଳନୀରେ ଖୁରସିତା ବେଗମ୍, ନଜମା ଖାତୁନ୍, ନଇନସା ଅଖତର, ସବନମ ବିବି, ପିଙ୍କି ଜେନା, ପଞ୍ଚାନନ ପରିଡା, ମହମ୍ମଦ ଇସଲାମ୍ ପ୍ରଭୃତି ଉପସ୍ଥିତ ରହିଥିଲେ