‘ମୋବାଇଲ ରୋବଟ’ ପ୍ରତିଯୋଗୀତାରେ ଗଜପତି ଛାତ୍ରଙ୍କୁ ସ୍ୱର୍ଣ୍ଣପଦକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଛାତ୍ର ଦୀପକ କୁମାର ବେଣିଆଙ୍କୁ ‘ମୋବାଇଲ ରୋବଟ’ ପ୍ରତିଯୋଗୀତାରେ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ରାମନଗର ବାସିନ୍ଦା ତଥା ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କନିଷିର ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେଣିଆଙ୍କ ବଡ ପୁଅ ଦୀପକ କୁମାର ବେଣିଆ ଭୁବନେଶ୍ୱର ଠାରେ ଥିବା ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଆସୁଛନ୍ତି । ସେହି ଅନୁଷ୍ଠାନ ତରଫରୁ ହୋଇଥିବା ‘ମୋବାଇଲ ରୋବଟ’ ପ୍ରତିଯୋଗୀତରେ ଭାଗ ନେଇଥିଲେ । ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି । ସେ କେବଳ ପାରଳାଖେମୁଣ୍ଡି ନୁହେଁ ସାରା ଗଜପତି ଜିଲ୍ଲାର ଗର୍ବ ଓ ଗୌରବ ଆଣିଛନ୍ତି । ବର୍ତ୍ତମାନ ରାଜ୍ୟସ୍ତରୀୟ ‘ମୋବାଇଲ ରୋବଟ’ର ଏହି ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ଏହି କୃତିତ୍ୱ ହାସଲ କରିଛନ୍ତି । ତଙ୍କର ଏପରି କୃତୀତ୍ୱକୁ ନେଇ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଭୁବନେଶ୍ୱର ଠାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ତାଙ୍କୁ ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥରିଟର ଅଧ୍ୟକ୍ଷ ସୁବ୍ରତ କୁମାର ବାଗଚି, ମନ୍ତ୍ରୀ ପରମାନନ୍ଦ ନାୟକ, ସମ୍ପାଦକ ହେମନ୍ତ ଶର୍ମା ପ୍ରମୁଖ ଯୋଗ ଦେଇ ସମ୍ମାନିତ କରିବା ସହ ୨୫ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।


