ମୋବିଲ୍ ପକ୍ଷରୁ ‘ଦି ଇୟର-୮୩’ ଫିଲ୍ମ ପାଇଁ ସ୍ୱତନ୍ତ୍ର ଯୋଜନା

ମୋବିଲ୍ ଲୁବ୍ରିକାଂଟ୍ ପକ୍ଷରୁ ‘ଦି ଇୟର-୮୩’ ଫିଲ୍ମର ରିଲଜ୍ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଭାରତର ୮୩ ବିଶ୍ୱ କପ୍ କ୍ରିକେଟ ବିଜୟର ସ୍ମୃତି ବହୁଳ କାହାଣୀ ବଖାଣୁଥିବା ଏହି ଫିଲ୍ମକୁ ଦୃଷ୍ଟିରେ ରଖି ‘ଫରକ୍ ଲାକର ଦେଖିଏ’ ଅଭିଯାନ ଆରମ୍ଭ ହୋଇଛି । ଆଧୁନିକ ଇଞ୍ଜିନିୟରିଂ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ମୋବିଲ୍ ଲୁବ୍ରିକାଂଟ ଶ୍ରେଷ୍ଠତମ ସୁରକ୍ଷା ଦେବାକୁ ସକ୍ଷମ । ବ୍ରାଣ୍ଡର ଫରକ୍ ଲାକର ଦେଖିଏ ଅଭିଜାନ ଅନ୍ତର୍ଗତ ଅନେକ କାର୍ଯ୍ୟକ୍ରମ ମଧ୍ୟରେ ୮୩ ମୁଭି ଆସୋସିଏସନ ଅନ୍ୟତମ ଯାହା ଅନ୍ତର ଆଣିବା ଏବଂ ପରିବର୍ତନକୁ ଦେଖିବା ସମ୍ବନ୍ଧରେ ବ୍ୟକ୍ତ କରୁଅଛି । ଏହାର ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ସୁରକ୍ଷା ଦେବା ପାଇଁ ଇଞ୍ଜିନିୟରିଂ ଦକ୍ଷତା ମୋବିଲ କୁ ଲୁବ୍ରିକାଂଟ ଉତ୍ପାଦନ କ୍ଷେତ୍ରରେ ଆଗୁଆ ରଖିଛି । ଏହି ଅବସରରେ ଏକ୍ସନ୍‌ମୋବିଲ୍ ଲୁବ୍ରିକାଂଟ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଦୀପଙ୍କର ବାନାର୍ଜୀ କହିଲେ, ମୋବିଲ୍ ଲୁବ୍ରିକାଂଟ ପ୍ରାଇଭେଟ୍ ଲିମିଟେଡ୍ ୮୩ ବିଶ୍ୱ କପ କ୍ରିକେଟର କାହାଣୀ ଏହି ଅଭିଯାନ ଅନ୍ତର୍ଗତ ମନେପକାଇବ । କିଭଳି ୧୪ ଜଣ ଉତ୍ସାହୀ ଖେଳାଳି ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଅନିଶ୍ଚିତ କ୍ରିକେଟ ଖେଳର ଗତିପଥକୁ ବଦଳାଇ ଦେଇଥିଲେ ତାହାର ସ୍ମୃତି ମୋବିଲ୍ ଲୁବ୍ରିକାଂଟ ସୂଚିତ କରୁଛି । ଭାରତର ବିଜୟ ନେଇ ମୋବିଲ୍ ଲ୍ୟୁବ୍ରିକାଂଟ ନିଜକୁ ବେଶ୍ ଗର୍ବିତ ମନେ କରୁଛି । ‘ଫରକ୍ ଲାକର ଦେଖିଏ’ ଅଭିଯାନର ଆରମ୍ଭ କରି ଆମେ ଉତ୍ସାହିତ । ଫିଲ୍ମଟି ଦୀପିକା ପାଦୁକୋନ, କବୀର ଖାନ୍‌, ବିଷ୍ଣୁ ଇନ୍ଦୁରୀ, ସାଜିଦ୍ ନାଡିଆଡିୱାଲା, ଫ୍ୟାଂଟମ୍ ଫିଲ୍ମ, ରିଲାଏନ୍ସ୍ ଏଂଟ୍ରଟେନ୍‌ମେଂଟ୍ ଏବଂ ୮୩ ଫିଲ୍ମ ଲିଃ. ଦ୍ୱାରା ନିର୍ମିତ ହୋଇଛି । ଏହାର ନିର୍ଦ୍ଦେଶନା କବୀର ଖାନ୍ ଦେଇଛନ୍ତି । ଫିଲ୍ମଟି ୨୦୨୦ ଏପ୍ରିଲ୍ ୧୦ରେ ହିନ୍ଦୀ, ତାମିଲ୍ ଏବଂ ତେଲୁଗୁ ଭାଷାରେ ମୁକ୍ତି ଲାଭ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ