ମୋହନାରେ ୧୬ଗୋଟି ପ୍ରକଳ୍ପର ଶିଳାନ୍ୟାସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରାସାଦ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକକୁ ଆଜି ରାଜ୍ୟ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ଥାନୀୟ ଗ୍ରାମ ଉନ୍ନୟନ ବିଭାଗ ଡିଭିଜନ ଅଧୀନରେ ହେବାକୁ ଥିବା ୧୬ଗୋଟି ବଡ଼ ବଡ଼ ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ । ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଧାୟକ ମୋହନା ଦାଶରଥି ଗମାଙ୍ଗ ସଂମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହାଇ ଟେକ ଗ୍ରୁପ ଅଧକ୍ଷ ଡ଼. ତିରୁପତି ପାଣିଗ୍ରାହୀ, ଉପଜିଲ୍ଲାପାଳ ଦିଲୀପ କୁମାର ମହାରଣା, ବିଡ଼ିଓ ସୁଶ୍ରୀ ତପସ୍ୱିନୀ ହଂସଦା, ବ୍ଲକ ଅଧକ୍ଷା ସୁଖୀ ଶବର, ଥାନା ଅଧିକାରୀ ସୁଜିତ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବାଳକୃଷ୍ଣ ମଳିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଉତ୍ସବରେ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଇ. ଉମା ଶଙ୍କର ମଳିକ ଧନ୍ୟବାଦ ଦେଇଥିଲେ।ଏହାକୁ ବିଭାଗୀୟ ଅଧିକାରୀ ସୁଶୋଭନ ସାହୁ, ସୁଧୀର କୁମାର ପାଢୀ ଏବଂ ବିଭାଗୀୟ ଯନ୍ତ୍ରୀ ମାନେ ସୁପରିଚାଳନା କରିଥିଲେ । ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପଛୁଆବର୍ଗ ଏବଂ ଦଳିତ ଗରିବ ପଛୁଆ ଅଞ୍ଚଳ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିବାରେ କେବେ ଅବହେଳା କରୁନଥିବା କହିଥିଲେ । ଏହା ସହ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟମନ୍ତ୍ରୀ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ନିଜ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଥିବା ସହ କୋଟି କୋଟି ଟଙ୍କାର ପ୍ରକଳ୍ପ କୁ ଅନୁଦାନ ଦେଇଥିବାରୁ । ଆଜି ମନ୍ତ୍ରୀଙ୍କ ଦ୍ଵାର। ୬୧କୋଟି ୫୮ଲକ୍ଷ ୬୫ହଜାର ଟଙ୍କା ପ୍ରକଳ୍ପ ଶିଳାନ୍ୟାସ ହୋଇଥିବାରୁ । ଏହା ସହ ଆଜି ହୋଇଥିବା ପ୍ରକଳ୍ପ ଗୁଡିକ ହେଲେ ବହୁ ଦୁର୍ଗମ ଅଂଚଳ କୁ ଯାତାୟାତ ର ସୁବିଧା ସହ ବହୁ ଗ୍ରାମକୁ ରାସ୍ତା ଖୋଲିବ ବୋଲି ଜଣା ପଡ଼ିଛି । ଏହି ଉତ୍ସବରେ ମୋହନା ବ୍ଲକ ର ସମସ୍ତ ବିଜେଡି କର୍ମୀ ଙ୍କ ସମେତ ଜିଲ୍ଲାର ବିଜେଡି ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ । ରଞ୍ଜୀବ ଶବର, ଦଣ୍ଡାସି ସାହୁ, ହାଡ଼ିଆ କନ୍ଧ, ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ