ମୋହନା ଅଞ୍ଚଳରେ ଘନ କୁହୁଡି, ହାଡଭଙ୍ଗା ଶୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦିନକୁ ଦିନ ମୋହନା ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛି ଦିନ ଧରି ଅଞ୍ଚଳରେ ଘନ କୁହୁଡିର ଆସ୍ତରଣ ଭରି ରହୁଛି। ଯାହା ଫଳରେ ଗାଡ଼ି ଚାଳକ ମାନେ ଗାଡ଼ି ରାତି ଓ ସକାଳେ ଯାନବାହାନ ଚଳାଚଳ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ୯ ପର୍ଯ୍ୟନ୍ତ କୁହୁଡି ଲାଗି ରହୁଛି। ଏହା ସହିତ ଶୀତର ପ୍ରକୋପ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରି ପଦାକୁ ବାହାରୁଛନ୍ତି । ଉପାନ୍ତ ଅଞ୍ଚଳର ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କାଠଗଣ୍ଡିରେ ନିଆଁ ଜାଳି ଉପଶମ ପାଇଁ ନିଆଁମୂଳେ ଜାଗି ରହୁଛନ୍ତି। ମୋହନାରେ ବର୍ତ୍ତମାନ ଶୀତର  ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ଥିବା ପାଣିପାଗ  କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।ଶୀତର ପ୍ରକୋପ ବୃଦ୍ଧି ପାଉଥିବା ଯୋଗୁଁ ଦୁର୍ଗମ ଅଞ୍ଚଳ ଓ ମୋହନା ଅଞ୍ଚଳର ଗରୀବ ଜନସାଧାରଣଙ୍କୁ ଶୀତବସ୍ତ୍ର ପ୍ରଦାନ ପାଇଁ ଅଞ୍ଚଳବାସୀ ଜିଲ୍ଲା ପ୍ରସାଶନକୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ