ମୋହନା ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ସମ୍ପାଦକଙ୍କ ଅମାନବୀୟ କାର୍ଯ୍ୟ, ଦୁର୍ନିତିର ତଦନ୍ତ ପାଇଁ କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ମୋହନା, (ଅଂଶୁମାନ ପଣ୍ଡା):କେନ୍ଦ୍ର ଓ ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ଉଜଳପାଇଁ ବିଭିନ ଯୋଜନା କରିଛନ୍ତି ସେଥି ମଧ୍ୟରୁ ବଧିର ଓ ଦ୍ରୁଷ୍ଟିହୀନ ପିଲାଙ୍କ ପାଇଁ ଏକ ଭିନ ପ୍ରୟାସ କରିଛନ୍ତି କିନ୍ତୁ କିଛି ଅସାଧୁ ବ୍ୟକ୍ତି ତାକୁ ଲୁଟୁଛନ୍ତି ମୋହନାଠାରେ ଅବସ୍ଥିତ ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ବହୁଦିନ ଧରି କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କ ଦୀର୍ଘ ବର୍ଷ ଧରି ରହିଥିବା ପ୍ରାପ୍ୟ ନଦେଇ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ କରୋନା ସମୟରେ ବହୁବର୍ଷ ଧରି ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ୮ଜଣ କର୍ମଚାରୀଙ୍କୁ ବିଦ୍ୟାଳୟରୁ ମନମୁଖୀ ଭାବେ ବହିଷ୍କୃତ କରିଛନ୍ତି। ଏହା ଏକ ଅମାନବୀୟ କାର୍ଯ୍ୟ ହୋଇଥିବା ଯୋଗୁଁ ବିଦ୍ୟାଳୟର କର୍ମଚାରୀମାନେ ମିଳିତଭାବେ ୨୩/୧୨ ମଙ୍ଗଳବାର ଦିନ ଗଜପତି ଜିଲ୍ଲାପାଳ ,ଉପଜିଲ୍ଲାପାଳ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟି ବିଦ୍ୟାଳୟର ସଂପାଦକ ଦଣ୍ଡାସି ସାହୁଙ୍କ ଦୁର୍ନିତୀ,ଶୋଷଣ, କଳାକାର ନାମା ଓ ମନମୁଖୀ କାର୍ଯ୍ୟକଳାପ ଉପରେ ଲିଖିତ ଅଭିଯୋଗ କରିବା ସହିତ ଏହାର ପ୍ରତିକାର ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଅଧିକାରୀମାନେ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଅପରପକ୍ଷେ ସରକାରଙ୍କ ବିନାଅନୁମତିରେ ବିଦ୍ୟାଳୟର ନାମ ପରିବର୍ତ୍ତନ କରି ଜିଲ୍ଲା ଓ ଜିଲ୍ଲା ବାହାରୁ ଶିକ୍ଷିତ ଯୁବକ/ଯୁବତୀମାନଙ୍କଠାରୁ ମୋଟା ଅଙ୍କର ଉତ୍କୋଚ ଗ୍ରହଣ କରି ସେମାନଙ୍କୁ ଚ।କିରୀ ଦେବାପାଇଁ କହି ଭୂଆଁ ବୁଲାଇଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ୧୪ଗୋଟି ପଦବୀ ଅନୁମୋଦନ ଲାଭ କରି ଆସୁଥିବାବେଳେ ବିଦ୍ୟାଳୟରେ ପିଲା ସଂଖ୍ୟା ଠାରୁ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାୟ ୫୦ ଜଣଙ୍କୁ ନୂତନ ପଦ ପଦବୀରେ ସଂପାଦକ କମିଟିର ବିନା ପରାମର୍ଶରେ ନିଯୁକ୍ତି କରିଥିବାରୁ ପରିଚାଳନା କମିଟିର ସଦସ୍ୟ/ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମହାଘୋଟଲାର ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ କର୍ମଚାରୀ, ଅଞ୍ଚଳବାସୀ ଓ ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି।ଏପରିକି ଅନେକ ସମୟରେ ପିଲାଙ୍କୁ କାଠ କାଟିବା ଭଳି ଅନେକ କାମରେ ଲାଗୁଛନ୍ତି ଏଭଳି ସଂପାଦକଙ୍କୁ ତଦନ୍ତ କରି ଆଇନ ଅନୁଯାଇ ଦଣ୍ଡିତ କରିବା ଦରକାର ବୋଲି ଅଭିଭାବକ ମାନେ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ