ମୋହନା ଝିଲିକି ଗ୍ରାମ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଅଡ଼ବା ଥାନା ଅନ୍ତର୍ଗତ ଝିଲିକି ଗ୍ରାମ ନିକଟ ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଅଡ଼ବା ଥାନା ଅନ୍ତର୍ଗତ ତୋରାଣିପାଣି ଗ୍ରାମର ବିମଳ ସିଂ ଏବଂ ଅନ୍ୟ ଆହତ ଦୁଇ ଜଣ ହେଲେ ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରଵା ଗ୍ରାମର ଜୀବନ ବୀର ଓ ଦୂର ମଳିକ । ସୂଚନା ପ୍ରକାରେ ଅଡ଼ବା ଅଞ୍ଚଳରୁ ପାଣିଗଣ୍ଡା ଗ୍ରାମ ଅଭିମୁଖେ ଗୋଟିଏ ବାଇକ୍ ଯୋଗେ ବିମଳ ସିଂ ଓ ତାଙ୍କ ସାଙ୍ଗ ଯାଉଥିବା ବେଳେ ଅପରପାର୍ଶ୍ୱରୁ ଅଡ଼ବା ଅଭିମୁଖେ ଆସୁଥିବା ଅନ୍ୟ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ଅଡବା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ବିମଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ପଠାଯାଇଛି ବୋଲି ଡାକ୍ତର ଅଭିମନ୍ୟୁ ବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ