ଚ଼ନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୌତମ ବୁଦ୍ଧ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ମାନସ ସରୋବର ଓ ଔଷଧୀୟ ବୃକ୍ଷର ସମ୍ଭାର ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଲ୍ଲାସ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵବଧାନରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀ ଓ ମାନସ ସରୋବର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ ପାତ୍ର ଯୋଗ ଦେଇ ଉଦଘାଟନ କରିଥିଲେ । ପରିସର ମଧ୍ୟରେ ଅପୂର୍ବ କାରୁକାର୍ଯ୍ୟରେ ସୁଶୋଭିତ ବୁଦ୍ଧଙ୍କ ପଥର ପ୍ରତି ମୂର୍ତ୍ତୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରିବନ କାଟି ଓ ପ୍ରଦୀପ ପ୍ରଜ୍ଜଳନ କରି ଲୋକଙ୍କ ସେବାରେ ଉନ୍ମୋଚନ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ ଓ ଭୋଗୀଙ୍କୁ ଆକୃଷ୍ଟ କରିବା ପାଇଁ ମାନସ ସରୋବର ଓ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ କଳା ହଳଦୀ,ଅଁଳା, ପିପ୍ପଳି, ଗୁଳୁଚି, ପାତାଳ ଗରୁଡ, କର୍ପୁର ତୁଳସୀ, ନାଗେଶ୍ଵର, ବଜ୍ରମାଳି, ଚ଼ନ୍ଦନ,ବାହାଡା, ଆୟାଶାଳ ,ଶ୍ଵେତଜିତା, ଅଶୋକ ଆଦି ଚାରାର ସମ୍ଭାର ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ. ନମିତା ପଣ୍ଡାଙ୍କ ସମେତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ.ଏନ.ଜୟପ୍ରକାଶ, ଡ. ପ୍ରଜ୍ଞା ବେହେରା , ପ୍ରିୟବ୍ରତ ଦାଶ, ଦେବରାଜ କର, ବରିଷ୍ଠ ଫାର୍ମାଶିଷ୍ଟ ସନ୍ତୋଷ ସୁବୁଦ୍ଧି, ରଘୁନାଥ ବେହେରାଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


