ମୋହନା, ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ଅନୁଷ୍ଠାନରେ ଗଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ଅନୁଷ୍ଠିତ ହୋଇଯାଇଛି l ମୋହନା ପ୍ରେସ କ୍ଲବ କାର୍ଯ୍ୟାଳୟରେ ସଭାପତି ଲକ୍ଷ୍ମଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ତହସିଲଦାର ହିମାଂଶୁ ଭୂଷଣ ପଲେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏଥିରେ ଶିକ୍ଷାବିତ ମଧୁସୂଦନ ପାଢ଼ୀ, ମାର୍ଶାଲ ନାୟକ ଓ ପ୍ରେସ କ୍ଲବର ବହୁ ସଦସ୍ୟ ଯୋଗଦେଇଥିଲେ l ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ତହସିଲଦାର ହିମାଂଶୁ ଭୂଷଣ ପଲେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସେହିପରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର ସାହୁ, ବ୍ଲକରେ ବିଡ଼ିଓ ତପସ୍ଵିନୀ ହାଁସଦା, ବନାଞ୍ଚଳ କାର୍ଯ୍ୟାଳୟରେ ରେଞ୍ଜର କଳ୍ପନା ନାୟକ। ଦିଲସେ ଇଣ୍ଡିଆ ଯୁବକ ସଂଘ ପକ୍ଷରୁ ହାଇସ୍କୁଲ ଛକରେ କାର୍ଯ୍ୟକ୍ରମ ହେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି l ଅଡବା ଠାରେ ବିପଦର ବନ୍ଧୁ ଓ ବଜରଙ୍ଗ ଦଳ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ ସହ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି l ଏଥିରେ ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ଉଦଘାଟନ କରିଥିଲେ l ଥାନା ରେ ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ପତାକା ଉତ୍ତୋଳନ କରିଥିଲେ l ରାଇପଙ୍କl ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ ଦେବଦାସ ତlମରlପୁ ଓ ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ମହପାତ୍ର l ସେହିପରି ଚାନ୍ଦିପୁଟ କଲେଜରେ ଅଧ୍ୟକ୍ଷ ପୁର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ l ଏଥିସହ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସରସ୍ଵତୀ ପୂଜା ମଧ୍ଯ ଅନୁଷ୍ଠିତ ହୋଇଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ